ରାଜ୍ୟ ଉପଭୋକ୍ତା ପରାମର୍ଶ କେନ୍ଦ୍ର ସଭାପତି ଙ୍କ ବିୟୋଗ ରେ ଶୋକସଭା ଅନୁଷ୍ଠିତ

( ରାଜ୍ୟ ଉପଭୋକ୍ତା ପରାମର୍ଶ କେନ୍ଦ୍ର ସଭାପତି ଙ୍କ ବିୟୋଗ ରେ ଶୋକସଭା ଅନୁଷ୍ଠିତ

)
ଜଗତସିଂହପୁର
ତା =16/2/23
ରାଜ୍ୟ ଉପଭୋକ୍ତା ପରାମର୍ଶ କେନ୍ଦ୍ର ର ସଭାପତି ତଥା ବିଶିଷ୍ଟ ସମାଜସେବୀ ବଂଶୀଧର ଆଚାର୍ଯ୍ୟ ଙ୍କ କୁଜଙ୍ଗ ସ୍ଥିତ ବାସ ଭବନରେ ହୃଦଘାତ ରେ ମୃତ୍ୟୁ ବରଣ କରିଛନ୍ତି | ତାଙ୍କ ବିୟୋଗ ରେ ରାଜ୍ୟ ଜଣେ ସୁଯୋଗ୍ୟ ଉପ ଭୋକ୍ତା କର୍ମୀଙ୍କୁ ହରାଇଛି | ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜ଼ିଲ୍ଲା ଖାଉଟି ବିଭାଗ ପ୍ରତିକାର ଆୟୋଗ ସମ୍ମିଳନୀ କକ୍ଷରେ ଆୟୋଗ ସଭାପତି ପ୍ରଭାତ କୁମାର ପାଢ଼ୀ ଙ୍କ ସଭାପତିତ୍ୱ ରେ ସ୍ବର୍ଗତ ବଂଶୀଧର ଆଚାର୍ଯ୍ୟ ଙ୍କ ଫଟୋ ଚିତ୍ର ରେ ଆୟୋଗ ର କର୍ମକର୍ତା, ଆଇନୀଜୀବି ପ୍ରମୁଖ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସ୍ବର୍ଗତ ଆତ୍ମା ର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା | ମୁଖ୍ୟ ଅତିଥିଭାବେ ଜ଼ିଲ୍ଲା ଖାଉଟି ବିଭାଗ ପ୍ରତିକାର ଆୟୋଗ ସଭ୍ୟ ମଧୁସ୍ମିତା ସ୍ୱାଇଁ | ମୁଖ୍ୟ ବକ୍ତା ବରିଷ୍ଟ ଆଇନୀଜୀ ନୂସିଂହ ଚରଣ ବାରିକ | ସଂମ୍ମାନିତ ଅତିଥିଭାବେ ସଂଗ୍ରାମ କେଶରୀ ନାୟକ | ପ୍ରସନ୍ନ କୁମାର ମହାନ୍ତି | ଯୁଗପ୍ରଭା ଲେଙ୍କା | ପ୍ରମୁଖ ଯୋଗଦେଇ ସମଗ୍ର ରାଜ୍ୟ ରେ ଉପଭୋକ୍ତା ମାନଙ୍କ ଅଧିକାର ଏବଂ ସେମାନଙ୍କ ର ନାର୍ଯ୍ୟ ଦାବି ହାସଲ କରିବାରେ ସ୍ବର୍ଗତ ଆଚାର୍ଯ୍ୟ ଙ୍କ ଅବଦାନ ସର୍ବଦା ଅତୁଳନୀୟ |ତାଙ୍କ ବିୟୋଗରେ ରାଜ୍ୟ ଜଣେ ସୁଯୋଗ୍ୟ ସନ୍ତାନ ହରାଇଛି ବୋଲି ଅତିଥିମାନେ ମାତବ୍ୟକ୍ତ କରିଥିଲେ |ଏ ସମସ୍ତ କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ଖାଉଟି ବିଭାଗ ପ୍ରତିକାର ଆୟୋଗ କର୍ମଚାରୀ ଅକ୍ଷୟ କୁମାର ସାବୁତ | ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update