ପୂର୍ବତନ ସୈନିକ ସଂଘର କର୍ମକର୍ତା ଇସିଏସ୍ଏସ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ଥାନାନ୍ତରଣ ବାବଦର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆଲୋଚନା

ପୂର୍ବତନ ସୈନିକ ସଂଘର କର୍ମକର୍ତା ଇସିଏସ୍ଏସ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ଥାନାନ୍ତରଣ ବାବଦର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆଲୋଚନା

ଢେଙ୍କାନାଳ , ୧୬୨ : ପୂର୍ବତନ ସୈନିକ ସଂଘର ଇସିଏଚ୍‌ଏସ୍ ସ୍ଵାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟାଳୟ ଦକ୍ଷିଣକାଳୀ ରୋଡସ୍ଥିତ ଏକ ଘରୋଇ ବାସଭବନରେ ଚାଲିଅଛି । ଉକ୍ତ ବାସଭବନର ମାଲିକ ଶୀଘ୍ର ଘର ଖାଲି କରିବାକୁ ଇସିଏଚ୍‌ଏସ୍ ଅନୁଷ୍ଠାନକୁ ନୋଟିସ୍ ଦେଇଥିବାରୁ ସେ କାର୍ଯ୍ୟାଳୟ କେଉଁ ଜାଗାକୁ ସ୍ଥାନାନ୍ତରଣ ହେବ ସେ ବିଷୟ ଚିନ୍ତାର କାରଣ ପାଲଟିଛି । ତେଣୁ ପୂର୍ବତନ ସୈନିକ ସଂଘର ସଭାପତି କୈଳାସ ଚନ୍ଦ୍ର ରାଉତ , ଉପସଭାପତି ବିମଳ କୁମାର ଶତପଥୀ ଓ ବିଭୁତି ନନ୍ଦ , ସହସଂପାଦକ ସୁବାଷ ଚନ୍ଦ୍ର ହୋତା , ପୂର୍ବତନ ସଂପାଦକ ଭ୍ରମରବର ଦଳାଇ , ଦୁର୍ଯ୍ୟୋଧନ ବେହେରା ଓ ରାମଚନ୍ଦ୍ର ମୁକୁଟ ସମେତ କର୍ମକର୍ତାମାନେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ସାକ୍ଷାତକରି ଆମର ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁରୁଣା ହେଡ୍‌କ୍ୱାଟର ହସ୍ପିଟାଲକୁ କିମ୍ବା କୌଣସି ସରକାରୀ ବାସଭବନକୁ ସ୍ଥାନାନ୍ତରଣ ପାଇଁ ଅନୁରୋଧ କରି ଦାବୀପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ ମହାଶୟ ଏ ବାବଦରେ ପରବର୍ତୀ ସମୟରେ ନିଷ୍ପତି ନେଇ ଆମକୁ ଜଣାଇବା ପାଇଁ ଆଶ୍ୱାସନା ଦେଇ ବିଦାୟ କରିଥିଲେ ।

Recent Post

Live Cricket Update