ଚୌଦ୍ଵାର ରେ ବିଜୁ ଜନତା ଦଳ ପକ୍ଷ ରୁ ବିକ୍ଷୋଭ ପ୍ରଦର୍ଶନ

ଚୌଦ୍ଵାର ରେ ବିଜୁ ଜନତା ଦଳ ପକ୍ଷ ରୁ ବିକ୍ଷୋଭ ପ୍ରଦର୍ଶନ

ମଙ୍ଗୁଳି – ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆହ୍ୱାନ କ୍ରମେ ବିଜୁ ଜନତା ଦଳ ପକ୍ଷ ରୁ ଏକ ପ୍ରତିବାଦ ସଭା ଚୌଦ୍ୱାର ପୌରପାଳିକା ସମୁଖରେ ଅନୁଷ୍ଠିତ ହୋଇଯାଇଛି l ପୂର୍ଵ ରୁ ୧୮ଲକ୍ଷ ମେଟ୍ରିକ ଟନ ଚାଉଳ ଉଠୁଥିବା ବେଳେ ବର୍ତମାନ ଏହି ଚାଉଳ ୪ ଲକ୍ଷ ମେଟ୍ରିକ ଟନ କୁ ହ୍ରାସ କରାଯିବା ସହିତ କେନ୍ଦ୍ର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାଇ ୫ କିଲୋଗ୍ରାମ ମାଗଣା ଚାଉଳ କୁ କେନ୍ଦ୍ର ସରକାର ବନ୍ଦ କରିଦେଇଥିବା ବେଳେ ସାଧାରଣ କୃଷକ ଧାନ କ୍ରୟ ଓ MSP ରୁ ବଂଚିତ ରହିବେ l
କେନ୍ଦ୍ର ସରକାର ଙ୍କ ର ଏହି ନୀତି ରେ ଧାନ କ୍ରୟ ରେ ଓଡିଶା ର ଲକ୍ଷାଧିକ ଚାଷୀ ପ୍ରଭାବିତ ହେବା ସହିତ ଏହି ଘଟଣା କୁ ଶୀଘ୍ର ବିଚାର କରା ନଗଲେ ଚୌଦ୍ୱାର କଟକ ବିଜୁ ଜନତା ଦଳ ରାଜରାସ୍ତା କୁ ଓଲ୍ହାଇବା ସହ ମହାମହିମ ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପୌର ପାଳିକା ର ନିବାହୀ ଅଧିକାରୀ ସଂଜୀବ ମହାପାତ୍ର ମାଧ୍ୟମରେ ଚୌଦ୍ୱାର କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ ଙ୍କୁ ଦିଆଗଲା l ଅନ୍ୟ ମାନଙ୍କ ମଧ୍ୟରେ ଏହି ବିକ୍ଷୋଭ ସଭାରେ ପୌରପାଳିକା ର ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ଵର୍ଣ ପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ସାଂସଦ ଙ୍କ ପ୍ରତିନିଧି ପ୍ରେମଚାନ୍ଦ ନାୟକ, ବିଧାୟକ ଙ୍କ ପ୍ରତିନିଧି ବିଷ୍ଣୁ ଚରଣ ପରିଡା ଓ ପୌରପାଳିକା ର ସମସ୍ତ କାଉନସିଲର ମାନେ ଉପସ୍ଥିତ
ଥିଲେ l

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍।

Recent Post

Live Cricket Update