ସ୍ଵାମୀ ନିଗମାନନ୍ଦ ସରସ୍ୱତୀ ପରମହଂସ ଦେବ ମହାରାଜଙ୍କ ଭକ୍ତ ସମ୍ମିଳନୀ

ସ୍ଵାମୀ ନିଗମାନନ୍ଦ ସରସ୍ୱତୀ ପରମହଂସ ଦେବ ମହାରାଜଙ୍କ ଭକ୍ତ ସମ୍ମିଳନୀ

ଢେଙ୍କାନାଳ , ୧୭।୨ : ଶ୍ରୀଶ୍ରୀ ୧୦୮ ଶ୍ରୀମତ ସ୍ଵାମୀ ନିଗମାନନ୍ଦ ସରସ୍ୱତୀ ପରମହଂସ ଦେବ ମହାରାଜଙ୍କ ପ୍ରଦର୍ଶିତ ସପ୍ତବିଧାନୋକ୍ତ ବିଭାଗୀୟ ଭକ୍ତ ସମ୍ମିଶନୀ ତା ୧୭ , ୧୮ ଓ ୧୯ ତିନିଦିନ ଧରି ପାଳିତ ହେଉଅଛି । ଅସାଂପ୍ରଦାୟିକ ଭାବରେ ସନାତନ ଧର୍ମର ପ୍ରଚାର ଓ ସଦ୍‌ଶିକ୍ଷା ବିସ୍ତାର ଉଦ୍ଦେଶ୍ୟରେ ସଦ୍‌ଗୁରୁ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ଏକ ପ୍ରୟାସ । ସର୍ବୋପରି ଆଦର୍ଶ ଗୃହସ୍ଥ ଜୀବନ ଗଠନ , ସଂଘଶକ୍ତି ପ୍ରତିଷ୍ଠା ଓ ଭାବ ବିନିମୟ ମାଧ୍ୟମରେ ଭକ୍ତ , ଶିଷ୍ୟ ତଥା ସାଧାରଣ ଜନସମାଜକୁ ମନୁଷ୍ୟତ୍ବ , ଈଶ୍ବରତ୍ଵ , ଦେବତ୍ଵ ସର୍ବୋପରି ବ୍ରହ୍ମତ୍ଵରେ ପ୍ରତିଷ୍ଠିତ କରାଇବା ପାଇଁ ଠାକୁର ମହାରାଜଙ୍କର ଏକ ଅଦ୍ଭୁତପୂର୍ବ ପ୍ରଚେଷ୍ଟା । ସଭାପତି ଶ୍ରୀମଦ୍ ଶ୍ରଦ୍ଧାନନ୍ଦ ସରସ୍ୱତୀ ମହାରଜ , ସମ୍ପାଦକ ନିଗମ ନାୟକଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା । ସମ୍ମିଳନୀ କାର୍ଯ୍ୟକାରିଣୀ କମିଟିର ସଭାପତି ମହେଶ୍ବର ସାଇଁ , ସମ୍ପାଦକ ତନ୍ମୟ ଭାଇ , କୋଷାଧ୍ୟକ୍ଷ ବସନ୍ତ ଖୁଟିଆ , ବିଷ୍ଣୁ ସାଇଁ , ବିଷ୍ଣୁ ନାୟକ ପ୍ରମୁଖ ଏସବୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଉକ୍ତ ଶୋଭାଯାତ୍ରା ବଳରାମ ମନ୍ଦିର ଠାରୁ ବାହାରି ବହୁ ସଂକୀର୍ତନ , ବାଦ୍ୟ ଓ ଘଂଟ ବାଦ୍ୟ ସହ ରଣପଶିକ୍ଷିତ ଗେଙ୍ଗୁଟିଆ ଗ୍ରାମରେ ପହଁଚିଥିଲା ।

Recent Post

Live Cricket Update