TPCODL ସେକ୍ସନ କାର୍ଯ୍ୟାଳୟରୁ ତାର ଚୋରି ଅଭିଯୋଗରେ ଯୁବକକୁ କୋଟ୍ ଚାଲାଣ
ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟସ୍ଥ TPCODL ବଅଁରପାଳ ସେକ୍ସନରୁ ବିଜୁଳି ତାର ଚୋରି କରିବା ଅଭିଯୋଗରେ ଚାରି ଜଣ ଯୁବକଙ୍କୁ କୋର୍ଟଚାଲାଣ କରାଯାଇଛି। ଥାନା ପକ୍ଷରୁ ସୂଚନା ଅନୁଯାୟୀ ରାତି ପ୍ରାୟ ଗୋଟାଏ ସମୟରେ ବଅଁରପାଳ ପୋଲିସ ପକ୍ଷରୁ ଅଞ୍ଚଳରେ ପେଟ୍ରୋଲିଂ କରାଯାଉଥିବା ବେଳେ ଗୁପ୍ତ ସୂଚନା ପାଇଥିଲା କି ବଅଁରପାଳ ସେକ୍ସନ ର ବିଜୁଳି କାର୍ଯ୍ୟାଳୟ ପରିସରରେ କିଛି ଯୁବକ ବିଜୁଳି ତାର ଚୋରି କରୁଛନ୍ତି, ଘଟଣା ସ୍ଥଳରେ ପୋଲିସ ସଦଳବଳ ପହଞ୍ଚି ଚୋରି କରୁଥିବା ଚାରି ଜଣ ଯୁବକଙ୍କୁ ପୋଲିସ ମାଡି ବସିଥିଲା। ଏ ଚାରି ଅଭିଯୁକ୍ତ ହେଲେ, ପାଣ୍ଠୁ ଡମ୍ବରୁ,(ଗଞ୍ଜମ୍ ଜିଲ୍ଲା) ସୁଶାନ୍ତ ଚୌଧୁରୀ,(ରାଉଲକେଲା) ସୁନୀଲ ପ୍ରଧାନ, (ଗିରାଙ୍ଗ ) ସନ୍ଦୀପ ଗୁପ୍ତା, (ଉତ୍ତର ପ୍ରଦେଶ) ଅଞ୍ଚଳର ବୋଲି ଜଣାପଡିଛି।ଅଭିଯୁକ୍ତ ମାନେ ନାଲକୋ ଅଞ୍ଚଳର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ର ଜଣାପଡିଛି। ଅଭିଯୁକ୍ତ ମାନଙ୍କ ଠାରୁ ୪୫୦ ମିଟର ର ଆଲୁମିନିୟମ ତାର ଜବତ କରାଯାଇଛି, ଅଭିଯୁକ୍ତଙ୍କ ନାମରେ ବଅଁରପାଳ ପୋଲିସ କେସ୍ ନଂ ୬୩/. ୧୭.୦୨.୨୦୨୩ ଦଫା ୩୭୯/୩୪ ଆଇ ପି ସି ରେ ମାମାଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋଟ୍ ଚାଲାଣ କରିଛି।