ବହୁ ପ୍ରତିକ୍ଷିତ ବାମେବାରୀ ଠାରୁ ପଳାସପଙ୍ଗା ରାସ୍ତା ର ପ୍ରଶସ୍ତିକରଣ

ବହୁ ପ୍ରତିକ୍ଷିତ ବାମେବାରୀ ଠାରୁ ପଳାସପଙ୍ଗା ରାସ୍ତା ର ପ୍ରଶସ୍ତିକରଣ

କେନ୍ଦୁଝର ଜିଲ୍ଲାବାସୀ ଙ୍କ ପ୍ରତି ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ ଗଭୀର ଶ୍ରଦ୍ଧା ଏବଂ ଦୁରଦୃଷ୍ଟି ସମ୍ପୁର୍ଣ୍ଣ ବିଚାର ତାଙ୍କ ପାଖରେ ଅଞ୍ଚଳ ବାସୀ ଙ୍କୁ ଚିରୋରୁଣୀ କରିଛି, ଯାହା ଯେତେ କୃତଜ୍ଞତା ଜ୍ଞାପନ କଲେ ମଧ୍ୟ କମ ହେବ ବୋଲି କହିଛନ୍ତି ଅଞ୍ଚଳ ବାସୀ, ବହୁ ଦିନରୁ ଉକ୍ତ ରାସ୍ତା ଉପରେ ଏଠାକାର ସ୍ଥାନୀୟ ଅଞ୍ଚଳ ବାସୀ ବିଭିନ୍ନ ସମୟରେ ଆନ୍ଦୋଳନ କରି ୨୦୦୩ ମସିହା ରେ ରାସ୍ତା ର ପୂନ୍ନ ନିର୍ମାଣ ପାଇଁ କିଡ୍କୋ ହାତରେ ଠିକା ଦିଆଯାଇ ଏହାର ଅବଧି ପ୍ରାୟ ୨୦୧୦ ସୁଧା ଶେଷ ହେଇଥିଲା, କିନ୍ତୁ କାଳିମାଟି ଠାରୁ ବାମେବାରୀ ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ଅବସ୍ଥାରେ ଅଦ୍ୟାବଧି ରହିଛି, ଉକ୍ତ ଖଣି ଅଞ୍ଚଳ ରେ ଅପର୍ଯ୍ୟାପ୍ତ ପରିମାଣରେ ପରିବହନ କାର୍ଯ୍ୟ ଚାଲୁଥିବା ହେତୁ ଉକ୍ତ ରାସ୍ତା ର ପ୍ରଶସ୍ତିକରଣ ର ଆବଶ୍ୟକତା ଥିଲା, ଯାହା ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ ସଦ୍ ଇଛା ଅଞ୍ଚଳ ବାସୀ ଙ୍କ ମନରେ ଆନନ୍ଦିତ ହେବାର ଅବଶୋର ପ୍ରଦାନ କରିଛି, ସ୍ଥାନୀୟ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ଏବଂ ବଡ଼ କାଳିମାଟି ପଞ୍ଚାୟତ ର ବିଜେଡ଼ି ସଂଗଠକ ବଳଭଦ୍ର ପାତ୍ର ଉକ୍ତ ରାସ୍ତା ପ୍ରତି ଅଗ୍ରଣୀ ଭୂମିକା ରହିଛି ବୋଲି ଅନୁମୟ ହେଉଛି, ତେଣୁ ତାଙ୍କ କରକମଳରେ ଆଜି ବଡ଼ କାଳିମାଟି ଠାରେ ଉଦ୍ଘାଟନି ପର୍ବ ନିଶ୍ଚିତ ହୋଇଅଛି,ଦେଖାଯାଉ ଉକ୍ତ ଶିଳାନ୍ୟାସ ର ଆରମ୍ଭ କେବେ ହେଉଛି ଆଉ କେବେ ଶେଷ ହେବ ତାହା ଦେଖିବାକୁ ବାକି ରହିଲା, ଯାହା ସ୍ବପ୍ନ ନା ସତ୍ୟ ।

ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ( ଜାଗ୍ରତ ଭାରତ ନିଉଜ୍ )

Recent Post

Live Cricket Update