ମହା ଶିବରାତ୍ରି ପାଇଁ ଚଳଚଞ୍ଚଳ ଶୈବପଠ

ଆଜି ହେଉଛି ପବିତ୍ର ମହାଶିବରାତ୍ରି

ମହା ଶିବରାତ୍ରି ପାଇଁ ଚଳଚଞ୍ଚଳ ଶୈବପଠ


ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ

ପୋଲିସ୍ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା

ରାତିରେ ଉଠିବ ମହାଦୀପ ସାରା ରାଜ୍ୟରେ ଏହି ପର୍ବ ଶୈବ ଉପାସକ ମାନେ ଧୁମ୍ ଧାମରେ ଉଜାଗର ରହି ପାଳନ କରିଥାନ୍ତି ସେହିଭଳି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ସ୍ଥିତ ନୟାଗଡ଼ ପଞ୍ଚାୟତ କଟୁପାଲି ପାର୍ଶ୍ୱରେ ଥିବା ବହୁ ପୁରାତନ ଶୈବ ପିଠ ଏହି ଶୈବ ପିଠରେ ଦୋକାନ ବଜାର ସାଙ୍ଗକୁ ଭକ୍ତ ମାନଙ୍କ ଗହଳି ଦେଖିବାକୁ ମିଳିଛି।ଏହି ଶୈବ ପୀଠ ରେ ପୂଜା ପାଉଛନ୍ତି ପ୍ରଭୁ ମୁକ୍ତେଶ୍ବର ମହାଦେବ । ଏହି ପବିତ୍ର ଶୈବ ପୀଠକୁ ବହୁ ଦୁରୁ ଦୁରାନ୍ତରୁ ଶ୍ରଦ୍ଧାଳୁ ଭକ୍ତ ମାନେ ଆସି ବାବା ମୁକ୍ତେଶ୍ବର ମହାଦେବ ଙ୍କ ଦର୍ଶନ ପାଇ ନିଜକୁ ଧନ୍ୟ ମନେ କରି ଥାନ୍ତି ଓ ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର କମିଟି ଓ ପୋଲିସ୍ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା ଏବଂ ଏହି ପବିତ୍ର ଶୈବ ପୀଠକୁ ବହୁ ଦୁର ଦୁରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ମନ୍ଦିର କମିଟି ପକ୍ଷରୁ ପ୍ରସାଦ ସେବନ ଓ ଭଜନ ସମାରୋହ ର ଆୟୋଜନ ମଧ୍ୟ କରାଯାଇଥିଲା

ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ( ଜାଗ୍ରତ ଭାରତ ନିଉଜ୍ )

Recent Post

Live Cricket Update

× How can I help you?