ଜ଼ିଲ୍ଲା ଜୁନିଅର ରେଡ଼କ୍ରସ ଓ ସ୍କାଉଟ ଗାଇଡ଼ ସଂଗଠନ ପକ୍ଷରୁ ସେବା ଶିବିର ଅନୁଷ୍ଠିତ

( ଜ଼ିଲ୍ଲା ଜୁନିଅର ରେଡ଼କ୍ରସ ଓ ସ୍କାଉଟ ଗାଇଡ଼ ସଂଗଠନ ପକ୍ଷରୁ ସେବା ଶିବିର ଅନୁଷ୍ଠିତ

)
ଜଗତସିଂହପୁର
ତା =18/2/23
ଜଗତସିଂହପୁର ଜ଼ିଲ୍ଲା ଶାରୀରିକ ଶିକ୍ଷା ବିଭାଗ ପକ୍ଷରୁ ଜ଼ିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ଙ୍କ ପରାମର୍ଶ କ୍ରମେ ଶିରୀରିକ ଶିକ୍ଷା ପରିଦର୍ଶକ ବିଦ୍ୟାଧର ପ୍ରଧାନ ଙ୍କ ସଂଯୋଜନା ରେ ଜ଼ିଲ୍ଲା ଜୁନିଅର ରେଡ଼କ୍ରସ ସଂଗଠନ ପକ୍ଷରୁ ସାମାଜିକ ସେବା ମୂଳକ ଶିବିର ସରାମ୍ବୋ ସ୍ଥିତ ସିଦ୍ଧିଶ୍ରୀକ୍ଷେତ୍ର ପୀଠ ରେ ଆୟୋଜିତ ହୋଇଯାଇଛି | ପିଠାଧୀସ ସ୍ୱାମୀ ଗୋକୁଳାନନ୍ଦ ସରସ୍ବତୀ ମହାରାଜ ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଜୁନିଅର ରେଡ଼କ୍ରସ ଅଧିକାରୀ ତ୍ରିଲୋଚନ ସାହୁ | ରେଡ଼କ୍ରସ ପରାମର୍ଶଦାତା ଚନ୍ଦନ ବେହେରା, ପ୍ରତାପ ବେହେରା ଙ୍କ ପରିଚାଳନା ରେ ଜଳ ଛତ୍ର କାର୍ଯ୍ୟକ୍ରମ, ମାକ୍ସ ବଣ୍ଟନ, ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା | ଏଥିରେ ଜ଼ିଲ୍ଲା ରେଡ଼କ୍ରସ ସଂଗଠନ ଉପଦେଷ୍ଟା ଶରତ କୁମାର ବାରିକ, ରେଡ଼କ୍ରସ କାଉନସିଲର ପ୍ରମୋଦ କୁମାର ସ୍ୱାଇଁ,ଦାମୋଦର ଦାସ, ସୁରଥ କୁମାର ଜେନା ପ୍ରମୁଖ କାର୍ଯ୍ୟକ୍ରମ କୁ ତ୍ଵରାନ୍ୱିତ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update