ଆଜି ହେଉଛି ପବିତ୍ର ମହାଶିବରାତ୍ରି

ଆଜି ହେଉଛି ପବିତ୍ର ମହାଶିବରାତ୍ରି l


18.02.2023–ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ତାଳଚେରସ୍ଥିତ 12 ଶତାଦ୍ଦୀର ବାବା ପଶ୍ଚିମସ୍ୱର୍ ବାବା ଓ ସନ୍ଥପଡ଼ା ଗ୍ରାମପଞ୍ଚାୟତ ସ୍ଥିତ ସନ୍ଥପଡ଼ା ୟୁପି ସ୍କୁଲ୍ ନିକଟରେ ବାବା ହରି ହର ମନ୍ଦିରରେ ଚାଲିଛି ଜାଗର ଯାତ୍ରା ! ସକାଳୁ ଲାଗିଛି ଭକ୍ତଙ୍କ ଗହଳି। ମନ୍ଦୀର ସମ୍ମୁଖରେ ଭଜନ ସଂକ୍ରିତନ ସୁଅ ଛୁଟିଥିଲା l ବର୍ଷକୁ ଥରେ ପାଳନ ହୁଏ ମହାଶିବ ରାତ୍ରି। ଏହି ଦିନକୁ ଚାତକ ପରି ଚାହିଁ ବସିଥାନ୍ତି ଲକ୍ଷାଧିକ ଭକ୍ତ। ଆଜି ଜାଗର ଯାତ୍ରା ପାଇଁ ବାବା ପଶ୍ଚିମସ୍ୱର ଓ ହରିହର ମନ୍ଦିର ହୋଇ ଉଠିଛି ଚଳ ଚଞ୍ଚଳ। ଏଠାରେ ଶତାଧିକ ଭକ୍ତଙ୍କ ଜନ ସମାଗମ ଦେଖିବାକୁ ମିଳିଛି l ଦେବନୀତି ବୈଦିକ ରୀତିରେ ପୂଜାର୍ଚ୍ଚନା ପ୍ରଥମ ପ୍ରହର ଆରମ୍ଭ ହୋଇ ଚତୁର୍ଥ ପ୍ରହର ରେ ଦେବନୀତି ବୈଦିକ ରୀତିରେ ଶେଷ କରି ସକାଳ ପ୍ରାୟ ସାଢେ଼ ଚାରି(4.30Am) ରେ ଜାଗର ର ମହାଦୀପ ଉଠି ମନ୍ଦିରର ଶୀର୍ଷଭାଗରେ ସ୍ଥାପନା କରାଯାଇଥିଲା l

ଅନୁଗୋଳ ତାଳଚେର ରୁ ସୁବାସ ସାମଲ ଙ୍କ ରିପୋର୍ଟ୍ l JBN NEWS

Recent Post

Live Cricket Update