ଯାଜପୁର ର ବିଭିନ୍ନ ଅଞ୍ଚଳରେ ଥିବା ଶୈବପୀଠରେ ଜାଗର ଯାତ୍ରା ଅନୁଷ୍ଠିତ ଓ ଶୈବପୀଠରେ ଭକ୍ତମାନଙ୍କ ପୁଜାର୍ଚ୍ଚନା

ଯାଜପୁର ର ବିଭିନ୍ନ ଅଞ୍ଚଳରେ ଥିବା ଶୈବପୀଠରେ ଜାଗର ଯାତ୍ରା ଅନୁଷ୍ଠିତ ଓ ଶୈବପୀଠରେ ଭକ୍ତମାନଙ୍କ ପୁଜାର୍ଚ୍ଚନା


ବିଷୟ____ ଶିବ ଉପାସନାର ପର୍ବ ହେଉଛି ଜାଗର ।ଏହି ଜାଗରରେ ଶ୍ରଦ୍ଧାଳୁଙ୍କ ଓ ନମ୍ଃ ଶିବାୟ ରେ ଚଳଚଞ୍ଚଳ ହୋଇଉଠିଛି ଶୈବପୀଠ ।ଜାଗର ଯାତ୍ରା ଅବସରରେ ଯାଜପୁର ଜିଲ୍ଲା ଓ କେନ୍ଦ୍ରାପଡ଼ାର ସର୍ବ ପୁରାତନ ଅଙ୍ଗାଳର ଶ୍ୟାମେଶ୍ଵର ପୀଠ ,ବାବା ବରୁଣେଶ୍ଵର ,କଲ୍ୟାଣଶ୍ଵର,ସିହେଶ୍ଵର ,ଛୋଟାଗଡିର ମହାଦେବ ମନ୍ଦୀର,ସ୍ବପ୍ନେଶ୍ଵର ,ଚନ୍ଦ୍ରଶେଖର ମନ୍ଦୀର ଆଦି ବିଭିନ୍ନ ମନ୍ଦୀର ମାନଙ୍କରେ ଦିନ ତମାମ ଭକ୍ତଙ୍କ ସମାଗମ ଲାଗିରହିଥିବା ଦେଖିବାକୁ ମିଳିଛି ।ଅଙ୍ଗାଳୋ ରେ ଥିବା ପ୍ରସିଦ୍ଧ ଶୈବପୀଠ ଶ୍ୟାମେଶ୍ଵରଙ୍କ ପୀଠରେ ଆଜି ସକାଳୁ ଠାକୁରଙ୍କ ପହଡ଼ ଖୋଲାଯିବା ପରେ ରୀତି ନୀତି ଅନୁଯାଇ ପୂଜାର୍ଚ୍ଚନା କରାଯାଇଥିଲା ।ଏହା ହେଉଛି ବହୁ ପୁରାତନ ଶୈବପୀଠ ।ଏହି ଶୈବପୀଠରେ ବିଶ୍ଵାସ ରହିଛି ଶିବରାତ୍ରୀରେ ଦର୍ଶନ କଲେ କୋଟି ଜନ୍ମର ପାପରୁ ମୁକ୍ତି ମିଳେ ଓ ମନସ୍କାପୁର୍ଣ୍ଣ ହୋଇଥାଏ ।ଏଠାରେ ଦୋକାନ ବଜାର ସାଙ୍ଗକୁ ସାସ୍କୁତିକ ପ୍ରୋଗ୍ରାମ ଯାତ୍ରା ତିନିଦିନ ଧରି ଅନୁଷ୍ଠିତ ହୋଇଥାଏ ।ଏପଟେ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦୀର କମିଟୀ ଓ ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।ଓ ଏଠାକୁ ଆସୁଥିବା ଭକ୍ତମାନଙ୍କ ପାଇଁ ମନ୍ଦୀର କମିଟୀ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇ ଥିଲା ।

ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update