ଚମ୍ପୁଆ ମେଡିକାଲରେ ଛୁଟିରେ ଡାକ୍ତର,ଚିକିତ୍ସା ନପାଇ ରୋଗୀ ହସ୍ତସନ୍ତ
କେନ୍ଦୁଝର ଜିଲ୍ଲା ଚମ୍ପୁଆ ମେଡିଲାରେ ୨୦ଦିନ ହେଲାଣି ଡାକ୍ତର ମାନେ ଅନୁପସ୍ଥିତଥିବା ଜଣାପଡିଛି।ଫଳରେ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିବା ରୋଗୀ ଙ୍କୁ ଚିକିତ୍ସା ସେବା ମିଳିପାରୁନଥିଵା ଅଭିଯୋଗ ହୋଇଛି।ତେବେ କୈାଣସି ବିଭାଗରେ ଡାକ୍ତର ନଥିବାରୁ ଆଜି ଦିନ ୧୧ଟାରୁ ଭର୍ତ୍ତି ହୋଇଥିବା ରୋଗୀ ଙ୍କୁ ଚିକିତ୍ସା ଏବଂ ସୁବିଧା ନ ମିଳିଥିବାରୁ ପରିବାର ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବା ସହିତ ଉତ୍ତେଜନା ସୃଷ୍ଟି ହୋଇଥିଲା।ପୂର୍ବରୁ ଚମ୍ପୁଆ ମେଡିକାଲରେ ଡାକ୍ତରମାନେ ଅନୁପସ୍ଥିତ ରହୁଥିବା ନେଇ ଖବର ପ୍ରକୋଟ ହୋଇଥିଲା।ମାତ୍ର ମେଡିକାଲ କତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଏଭଳି ଘଟଣା ଦେଖିବାକୁ ମିଳିଛି।ଅବହେଳା କାରଣରୁ ଗୁରୁତର ରୋଗୀ ମାନେ ଏଠାରେ ଚିକିତ୍ସାନ ପାଇ ପ୍ରାଣ ହରାଉଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।ଆଜି ମେଡିକାଲ ଭିତରକୁ ସ୍ଥାନୀୟ ଲୋକେ ପ୍ରବେଶ କରି ଦେଖିଲାବେଳ କେବଳ ଜଣେ ମାତ୍ର ଷ୍ଟାପ ନର୍ସ ରୋଗୀ ଙ୍କୁ ସାମନ୍ୟ ଦେଖାଶୁଣା କରୁଥିଲେ।ତାଙ୍କୁ ଡାକ୍ତର ମାନେ କାହିଁକି ଅନୁପସ୍ଥିତ ଅଛନ୍ତି ପଚାରିବାରୁ ଫାଙ୍କି ଚାଲିଥିବା ଦେଖିବାକୁ ମିଳିଥା।ଏଣୁ ତୁରନ୍ତ କେନ୍ଦୁଝର ଜିଲ୍ଲାପାଳ ଏହି ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ଶହ ରତି ରଞ୍ଜନ ବାରିକ୍ ଜାଗ୍ରତ ଭାରତ ନ୍ୟୁଜ୍