ବୋଲେରୋ ଟେମ୍ପୁ ମୁହାମୁହିଁ ଧକ୍କା, ୩ ମୃତ, ଦୁଇ ଗୁରୁତର
ଗତ ଶନିବାର ରାତି ପ୍ରାୟ ୧୧:୪୫ ବେଳେ ବନ୍ତଳା ଥାନା ଖାଲଗାଁ ମୋଡ ରାସ୍ତାରେ ଏକ ଟେମ୍ପୁ କୁ ବୋଲେରୋ ଗାଡ଼ି ଧକ୍କା ଦେବା ଫଳରେ ଟେମ୍ପୁ ବସିଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ତିନି ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ଦୁଇ ଜଣ ଗୁରୁତର । ଘଟଣାରୁ ପ୍ରକାଶ କୁଲାସିଂହା ଗ୍ରାମରୁ ଗୋଟିଏ ପରିବାର ଝିଅ କୁ ଶାଶୁଘର ନୂଆ ରାଇଗୁଡ଼ା ରେ ଛାଡି ଘରକୁ ଫେରୁଥିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା।ଦୁର୍ଘଟଣାରେ ପିତାମ୍ବର ପ୍ରଧାନ ଓ ଗୁଣ୍ଡିଚା ପ୍ରଧାନ ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ମୁନା ପ୍ରଧାନଙ୍କର ଅନୁଗୋଳ ଡାକ୍ତରଖାନା ରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ମୃତ ପିତାମ୍ବରଙ୍କ ସ୍ତ୍ରୀ ଏବଂ ସାତ ବର୍ଷ ର ଝିଅ ବନ୍ତଳା ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି। ଶବ ଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ବ୍ୟବଚ୍ଛେଦ ଗୃହ କୁ ପଠାଇ ଦେଇଛି । ପୋଲିସ ଦୁର୍ଘଟଣାର ତଦନ୍ତ କରୁଛି । ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ନେଇ ଗ୍ରାମରେ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଅନୁଗୋଳ ଜିଲ୍ଲାରୁ ରାଜେଶ ପାତ୍ର ଙ୍କ ରିପୋର୍ଟ୍