ସାମୀ ନିଗମାନନ୍ଦ ପରମହଂସ ଦେବଙ୍କ ପ୍ରବର୍ତିତ ୨୪ତମ ଭକ୍ତ ସମ୍ମିଳନୀ ଉଦ୍‌ଯାପିତ

ସାମୀ ନିଗମାନନ୍ଦ ପରମହଂସ ଦେବଙ୍କ ପ୍ରବର୍ତିତ ୨୪ତମ ଭକ୍ତ ସମ୍ମିଳନୀ ଉଦ୍‌ଯାପିତ

ଢେଙ୍କାନାଳ , ୧୯/ ୨ : ଶ୍ରୀ ଶ୍ରୀ ୧୦୮ ଶ୍ରୀମତ୍ ସ୍ୱାମୀ ନିଗମାନନ୍ଦ ପରମହଂସ ଦେବଙ୍କ ପ୍ରବର୍ତିତ ୨୪ତମ ବିଭାଗୀୟ ଭକ୍ତ ସମ୍ମିଳନୀ ଗତ ୩ ଦିନ ଧରି ସାରସ୍ଵତ ଆଶ୍ରମ ରଣପଶି ଠାରେ ମହା ଆଡମ୍ବରରେ ପାଳିତ ହୋଇଯାଇଅଛି । ଏହି ସମ୍ମିଳନୀରେ ଆସାମ ବଙ୍ଗୀୟ ସାରସ୍ଵତ ମଠ କୋକିଳୀମୁଖର ପୂଜ୍ୟପାଦ ମହନ୍ତ ମହାରାଜଙ୍କ ସହିତ ସାରସ୍ୱତ ଜଗତର ୧୦ରୁ ଉର୍ଦ୍ଧ୍ବ ସାଧୁ ତଥା ସମସ୍ତ ଓଡିଶା ପ୍ରଦେଶରୁ ୨୦୦୦ରୁ ଉର୍ଦ୍ଧ୍ବ ଭକ୍ତ ସମାଗମ ଦେଖିବାକୁ ମିଳିଥିଲା । ଘୋଡାଗାଡିରେ ଠାକୁର ମହାରାଜଙ୍କର ନଗର ପରିକ୍ରମା , ଶିବଲିଙ୍ଗ ମଧ୍ୟରେ ଗୁରୁ ମହାରାଜଙ୍କର ଶ୍ରୀ ବିଗ୍ରହ ସତେ ବ୍ୟପରି ପ୍ରମାଣ କରିବାକୁ ଚେଷ୍ଟା କରୁଥିଲା , ‘ ‘ ପ୍ରତାମାମି ଗୁରୁ ଶିବଂ କଳ୍ପତରୁ ’ ’ । ୧୯ ତାରିଖ ପ୍ରାତଃ ୪ଟା ସମୟରେ ସମସ୍ତ ମା’ମାନଙ୍କୁ ନେଇ ମହିଳା ସଂଘର ଆୟୋଜନ ହୋଇଥିଲା । ଏହା ପ୍ରମାଣ କରେ ଯେ , ଠାକୁର ମହାରାଜ ମଧ୍ୟ ସେସମୟରୁ ମାତୃଶକ୍ତିର ସଶକ୍ତି କରଣକୁ ପ୍ରାଧାନ୍ୟ ଦେଇଥିଲେ । ଏହି ସବୁ କାର୍ଯ୍ୟର ତଦାରଖ ତଥା ସଫଳ ରୂପାୟନ ନିମନ୍ତେ ସମ୍ମିଳନୀ କାର୍ଯ୍ୟକାରିଣୀ କମିଟି ତଥା ଢେଙ୍କାନାଳ ପ୍ରଶାସନିକ କର୍ତ୍ତୃପକ୍ଷ ବିଶେଷ ସାହାଯ୍ୟ ସହଯୋଗିତା କରିଥିବାରୁ ସମ୍ମିଳନୀ କମିଟିର ସମ୍ପାଦକ ତନ୍ମୟ ଭାଇ ସମସ୍ତଙ୍କୁ ସହୃଦୟ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Recent Post

Live Cricket Update