ଜଳନ୍ଧର ବଧ ସହ ମହାଶିବରାତ୍ରି ମହୋତ୍ସବ ଉଦଯାପିତ

ଜଳନ୍ଧର ବଧ ସହ ମହାଶିବରାତ୍ରି ମହୋତ୍ସବ ଉଦଯାପିତ

।ଅମ୍ବାଭୋନା-

19/02/2023 -ପାଞ୍ଚଦିନ ଧରି କେଦାରନାଥ ଖେଳପଡିଆଠାର ଚାଳିଥିବା ମହାଶିବରାତ୍ରି ମହୋତ୍ସବ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଜଳନ୍ଧର ରାଜ ରବିବାର ରାତିରେ ଜଳନ୍ଧର ବଧ ସହ ଉଦଯାପିତ ହୋଇଯାଇଛି ।ବରଗଡ଼ ଜିଲ୍ଲା ଅମ୍ବାଭୋନା ଗ୍ରାମରେ ପଶ୍ଚିମ ଓଡ଼ିଶା ର ପ୍ରସିଦ୍ଧ ଅଷ୍ଟଷମ୍ଭୁ ପୀଠ ବାବା କେଦାରନାଥ ଙ୍କ ମହା ଶିବରାତ୍ରି ମହୋତ୍ସବର ପଞମ ରଜନୀରେ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଖୋଲା ରଙ୍ଗମଞ୍ଚରେ ପ୍ରବୀଣ କଳାକାର ଗୋପାଳ ପଣ୍ଡା ଙ୍କ ଅଭିନୀତ ଜଳନ୍ଧର ରାଜ ଦୃଶ୍ଯାବଳିରେ ଶିବଙ୍କ ପତ୍ନୀ ପାର୍ବତୀ ଙ୍କୁ ଆଣିବା ପାଇଁ ନାରଦଙ୍କ ପରାମର୍ଶ,ଓ କୈଳାଶ ପୁରରେ ଜଳନ୍ଧର ଙ୍କ ପ୍ରବେଶ ଏବଂ ପାର୍ବତୀ ଙ କ୍ରୋଧ, ଭଗବାନ ବିଷ୍ଣୁ ଙ୍କ ଦ୍ଵାରା ବୃନ୍ଦାବତୀଙ୍କ ସତୀତ୍ୱ ହରଣ,ଓ ଉକ୍ତ ଖବର ଜାଣିବା ପରେ ଜଳନ୍ଧର ମର୍ମାହତ, ଜଳନ୍ଧର ଓ ଶିବଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧରେ ଶିଵ ଙ୍କ ଦ୍ଵାରା ଜଳନ୍ଧର ବଧ ଦୃଶ୍ୟ ଅଭିନୀତ ହୋଇଥିଲା । ଜଳନ୍ଧର ଭୂମିକାରେ ଗୋପାଳ ପଣ୍ଡା,ଶିବ ଓ ନାରଦ ଭୂମିକାରେ ପାର୍ଥ ଭାଟି, ସେନାପତି ରାହୁଦତ୍ଯ ଲକ୍ଷିନ୍ଦ୍ର ଭୁଏ, ମହାମନ୍ତ୍ରୀ କୀରଟି ମିଶ୍ର,ଶୁକ୍ରାଚାର୍ଯ ଦେବାନନ୍ଦ ଭୋଇ,ଓ ପାର୍ବତୀ ଭୂମିକାରେ ହୀରାମତୀ ମହାକୁଡ଼ ଅଭିନୟ କରିଥିଲେ। ଦଧିବାମନ ଚିତ୍ରାଳୟ ର ସନ୍ତୋଷ ପଧାନ କଳାକାରମାନଙ୍କୁ ରୁପ ସଜ୍ଜା କରିଥିଲେ। ଜଳନ୍ଧର ଙ୍କ ରାଜଦରବାରରେ ଉଦଯାପନୀ ସମାରୋହରେ ମଞ୍ଚାସୀନ ସମସ୍ତ ଅତିଥି ମାନଙ୍କୁ ଯାତ୍ରା କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଥିଲା। ଚାଟ, ଗୁପଚୁପର ଏବଂ ମିନାବଜାର ର ମଜା ସହ ରାଜଦରବାରରେ ନୃତ୍ୟ ଦଳ,ଡେନ୍ସ ଗୃପ ଆଦି ର ଦର୍ଶକମାନେ ଉପଭୋଗ କରିଥିଲେ। ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update