ବାପା, ମାଆ ଙ୍କ ମୁତ୍ୟୁ ପରେ ଅନାଥ ପିଲାକୁ
ଧରି ବାହୁନି କାନ୍ଦୁଛନ୍ତି ଜେଜେ ମାଆ।
ବ୍ରହ୍ମପୁର (ଗଞ୍ଜାମ )ବ୍ରହ୍ମପୁର ଉପକଣ୍ଠରେ ଥିବା ଯୋଗିଆ ପଲ୍ଲୀ ଗାଁ ଯୋଉଁଠାରେ ଦେଖିବାକୁ ମିଳିଥିଲା ଏକ ହୃଦୟ ବିଦାରକ ଦୃଶ୍ୟ।ଏହି ଗ୍ରାମର 10ବର୍ଷର ପୁଅ ସାହିଲ ଓ 7ବର୍ଷର ଝିଅ ସାଇନା ଏକ ଗରିବ ଅସହାୟ ପରିବାର.କିଛି ବର୍ଷ ତଳେ ଏହି କମଳ ମତି ଶିଶୁ ମାନଙ୍କ ମାଆର ମୃତ୍ୟୁ ହୋଇଥିଲା, କିନ୍ତୁ ଆଜି ଏହି କୋମଳ ମତି ଶିଶୁ ମାନଙ୍କ ବାପା ଭଗବାନ ପଣ୍ଡା ବି ଆରପାରିକୁ ଚାଲିଗଲେ। ଏହି ଶିଶୁ ମାନଙ୍କ ୭୦ ବର୍ଷର ବୁଢ଼ୀ ଜେଜେମା ଏବେ ଦୁଇ ପିଲାଙ୍କୁ ଧରି ବାହୁନି କାନ୍ଦୁଛନ୍ତି। ୧୦ବର୍ଷର ପୁଅ ସାହିଲ ଓ ୭ବର୍ଷର ଝିଅ ସାଇନା ବାପାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଦୁଇ ଆନାଥ ପିଲାଙ୍କୁ ଥଇଥାନ କରିବାକୁ ଅନୁରୋଧ କରିଛନ୍ତି ଗ୍ରାମ ବାସୀ ଓ ସ୍ଥାନୀୟ ବାସିନ୍ଦା।