ବିଶ୍ଵନାଥପୁର ଥାନାର ନୂତନ ଆଇଆଇସିଙ୍କୁ ପିଇଡବ୍ଲୁ ମିଡ଼ିଆ ଆସୋସିଏସନ ଓ ବିଜେଡି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା

ବିଶ୍ଵନାଥପୁର ଥାନାର ନୂତନ ଆଇଆଇସିଙ୍କୁ ପିଇଡବ୍ଲୁ ମିଡ଼ିଆ ଆସୋସିଏସନ ଓ ବିଜେଡି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା


/ (): ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ଥାନାରେ ନୂତନ ଥାନାଧିକାରୀ ଭାବେ ଯୋଗଦେଇଥିବା ମମତା ହେମ୍ରମକୁ ଆଜି ଲାଞ୍ଜିଗଡ଼ ପିଇଡବ୍ଲୁ ମିଡ଼ିଆ ଆସୋସିଏସନ ଏବଂ ବିଜେଡ଼ି ଦଳର କର୍ମକର୍ତ୍ତାମାନେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ଆଜି ପିଇଡବ୍ଲୁ ମିଡ଼ିଆ ଆସୋସିଏସନ ପକ୍ଷରୁ ସଭାପତି ନିଲେଶ କୁମାର ନାଗ, ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ, ବରିଷ୍ଠ ଉପଦେଷ୍ଟା ବି ତିରୁପତି ପାତ୍ର, ସନ୍ତୋଷ କୁମାର ତୁଳ, ଉପସଭାପତି ଅଜିତ ମାଝୀ, କୋଷାଧ୍ୟକ୍ଷ ପ୍ରଭୁରଞ୍ଜନ ସାମଲ,ସହ ସମ୍ପାଦକ ତୁଳସୀରାମ ପ୍ରଧାନୀ,ସଦସ୍ୟ ଦେବାନନ୍ଦ ମାଝୀ,ମଳୟ ବେନୁଆ,ଦିଲିପ ହରିଜନ,ମନୋଜ ଦୋରା,ଦିଲିପ ପଟନାୟକ ପ୍ରମୁଖ ଥାନାରେ ସାକ୍ଷାତକାର କରିବା ସହିତ ଅଞ୍ଚଳର ବିଭିନ୍ନ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିଥିଲେ। ସେହିପରି ବିଜେଡି ଦଳ ପକ୍ଷରୁ ବିଧାୟକ ପ୍ରତିନିଧି ପ୍ରଦିପ ଘଡେ଼ଇ, ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆ, ବିଜେଡି ନେତା ତରୁଣ କୁମାର ଦାସ, ମନୋରଞ୍ଜନ ବିଶି, ଦେବାଶିଷ ବିଶି,ବିଶ୍ଵନାଥପୁର ସରପଞ୍ଚ ସୁରଥ ମାଝୀ,ବନ ଦଲେଇ ପ୍ରମୁଖ ଶ୍ରୀମତୀ ହେମ୍ରମକୁ ସାକ୍ଷାତକରି ଅଞ୍ଚଳ ବିଭିନ୍ନ ପରିସ୍ଥିତି ଉପରେ ଆଲୋଚନା କରିଥିଲେ।

କଳାହାଣ୍ଡିରୁ ବି ତ୍ରିପତି ପାତ୍ର ଙ୍କ ରିପୋର୍ଟ୍

Recent Post

Live Cricket Update