ଇଣ୍ଡିଆନ୍ ବ୍ୟାଙ୍କ ସ୍ଥାନାନ୍ତରିକରଣର ବିରୁଦ୍ଧରେ ବିକ୍ଷୋଭ
ଢେଙ୍କାନାଳ , ତା.୨୦.୦୨.୨୦୨୩ରିଖ : ଆଜି ଢେଙ୍କାନାଳ ଗଣେଶ ବଜାର ଠାରେ ଥିବା ଇଣ୍ଡିଆନ୍ ବ୍ୟାଙ୍କ ଶାଖାର ସ୍ଥାନାନ୍ତିକରଣ ବିରୁଦ୍ଧରେ ପୂର୍ବାହ୍ନ ୧୧ ଘଟିକା ସମୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଅଛି । ଏଥିରେ ପ୍ରଥମେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ପକ୍ଷରୁ ଏକ ସ୍ଥାନାନ୍ତରିକରଣର ବିରୋଧ କରାଯାଇ ଏହାକୁ ବାତିଲ୍ କରାଯାଇ ଜିଲ୍ଲାପାଳ ଓ ଇଣ୍ଡିଆନ୍ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା । ଢେଙ୍କାନାଳ ଗଣେଶ ବଜାର ଇଣ୍ଡିଆନ୍ ବ୍ୟାଙ୍କର ଶାଖା ଉପରେ ରଥଗଡା ପରିବା ମାର୍କେଟ୍ , କୈବଲ୍ୟ ବଜାର ପରିବା ମାର୍କେଟ୍ ଓ ବିଭିନ୍ନ ବାଣିଜ୍ୟିକ ସଂସ୍ଥା ନିର୍ଭର କରିଥାନ୍ତି । ଉକ୍ତ ଦାବିପତ୍ରକୁ ଶାଖା ପରିଚାଳିକା ମନସିନୀ ସେଠୀ ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ମେଲ୍ ମାଧ୍ୟମରେ ଅବଗତ କରାଇଲେ । ଏହାର ନେତୃତ୍ବ ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ , କବି ବାହାଦୂର ପାଟ୍ଟସାହାଣୀ , ସରୋଜ ଶତପଥୀ , ରୁଦ୍ର ପ୍ରକାଶ ଶରଣ , ପୀତବାସ ସାହୁ , ଇଂ . ଅବିନାଶ ଦାସ , ଟ୍ରକ୍ ବ୍ୟବସାୟୀ ନେତା ଦିଲ୍ଲୀପ ସାହୁ , ସନ୍ତୋଷ ସାହୁ , ସମ୍ବିତ ଦାସ ପ୍ରମୁଖ ନେଇଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଉଦୟନାଥ ମହାପାତ୍ର ଦାବିପତ୍ର ଗ୍ରହଣ କରିଥିଲେ ।