ପୁତୁରା ସହ ଅପ୍ରାକୃତିକ ଯୌନସମ୍ପର୍କ, ପିଉସା ଗିରଫ।
ବ୍ରହ୍ମପୁର,: ପୁତୁରା ସହ ଅପ୍ରାକୃତିକ ଯୌନସମ୍ପର୍କ ରଖି ଗିରଫ ହୋଇଛନ୍ତି ପିଉସା ।ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି ।ବାରମ୍ବାର ନିର୍ଯାତନାର ଶିକାର ହୋଇଥିବା ଏହି ୧୬ ବର୍ଷୀୟ ନାବାଳକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲନଥିବାରୁ ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଅଭିଯୁକ୍ତ ପିଉସା ଜଣଙ୍କ ହେଲେ ଉମାନଗର ୫ମ ଗଳିର ଅଭିଯୁକ୍ତ ନିତ୍ୟାନନ୍ଦ ପାତ୍ର(୫୫) ।
ସୂଚନାପ୍ରକାରେ, ପୀଡିତ ନାବାଳକଙ୍କ ପରିବାର ସହ ଅଭିଯୁକ୍ତ ନିତ୍ୟାନନ୍ଦଙ୍କ ମଧ୍ୟରେ ପରିବାରିକ ସମ୍ପର୍କ ରହିଛି ।ଅଭିଯୁକ୍ତ ନିତ୍ୟନନ୍ଦ ଲାଞ୍ଜିପଲ୍ଲୀ ଉମା ନଗରରେ ରହୁଥିବା ବେଳେ ପୀଡ଼ିତଙ୍କ ପରିବାର ଲୋକେ ଅନ୍ୟ ଏକ ସାହିରେ ରହୁଛନ୍ତି ।ହେଲେ ପରିବାର ସହ ଭଲ ସମ୍ପର୍କ ରହିଥିବାରୁ ପ୍ରାୟ ସମୟରେ ନାବାଳକ ଓ ତାଙ୍କ ପରିବାର ଲୋକେ ନିତ୍ୟାନ୍ଦଙ୍କ ଘରକୁ ଯିବଆସିବା ଲାଗି ରହିଥିଲା । ଏପରିକି ନାବାଳକ ଜଣଙ୍କ ମଧ୍ୟ ଅନେକ ସମୟରେ ଅଭିଯୁକ୍ତଙ୍କ ଘରକୁ ଏକୁଟିଆ ଆସୁଥିଲେ ।ହେଲେ ଅଭିଯୁକ୍ତ ନିତ୍ୟାନନ୍ଦର କିନ୍ତୁ ମନ୍ଦ ଉଦ୍ଦେଶ୍ୟ ରହିଥିଲା ।ଆଜିକୁ ୬ ମାସ ତଳେ ଅଭିଯୁକ୍ତ ନିତ୍ୟାନନ୍ଦ ପୀଡିତ ନାବାଳକଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ତାଙ୍କ ସହ ଅପ୍ରାକୃତି ଯୌନ ସମ୍ପର୍କ ରଖିଥିଲେ ।ନାବାଳକ ଜଣଙ୍କ ଏହାର ବିରୋଧ କରିବା ପରେ ମଧ୍ୟ ନିତ୍ୟାନନ୍ଦ ନିଜ ମନ୍ଦ କାର୍ଯ୍ୟ ଜାରି ରଖିଥିଲେ ।ଏପରିକି ନାବାଳକଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ମଧ୍ୟ ଦେଉଥିଲେ ।ଘଟଣା ବିଷୟରେ ପରିବାର ଲୋକଙ୍କୁ ଜଣାଇଲେ ଉଭୟଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେବେ ବୋଲି ଧମକ ଦେଉଥିଲେ ।ଏପରିକି ଜୀବନରେ ମାରି ଦେବାକୁ ମଧ୍ୟ ଧମକ ଦେଇ ଆସୁଥିଲେ ।ବାରମ୍ବାର ଶାରୀରିକ ନିର୍ଯାତନାର ଶିକାର ହେବା ପରେ ନାବାଳକଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥିଲା ।ପରିବାର ଲୋକେ ନାବାଳକଙ୍କୁ ନେଇ ବଡ ଡାକ୍ତରଖାନାରେ ଦେଖାଇଥିଲେ ା ଏହା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିନଥିଲା । ଏ ନେଇ ପରିବାର ଲୋକେ ବାରମ୍ବାର ନାବାଳକଙ୍କୁ ପଚାରିବାରେ ସେ ଘଟଣା ସମ୍ପର୍କରେ ନିଜ ମା’ଙ୍କୁ କହିଥିଲେ ।ଏହାପରେ ପରିବାର ଲୋକେ ଅଭିଯୁକ୍ତ ନିତ୍ୟାନନ୍ଦଙ୍କୁ ପଚାରିଥିଲେ । ନିତ୍ୟାନନ୍ଦ ଘଟଣା ଚପାଇ ଦେବାକୁ ଉଦ୍ୟମ କରିବା ସହ ନାବାଳକଙ୍କ ପରିବାର ଲୋକଙ୍କୁ ମଧ୍ୟ ଧମକ ଦେଇଥିଲେ ।ଏହାପରେ ନାବଳକଙ୍କ ପରିବାର ଲୋକେ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ତାଙ୍କ ଅଭିଯୋକୁ ଭିତ୍ତି କରି ପୁଲିସ ନଂ ୯୪/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୁଲିସ ଉଭୟ ପୀଡିତ ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଇଥିଲା ା ସେହିପରି ଅଦାଲତରେ ନାବାଳକକଙ୍କ ବୟାନ ରେକର୍ଡ କରାଯାଇଥିଲା ।ଆଜି ପୁଲିସ ଅଭିଯୁକ୍ତ ନିତ୍ୟାନନ୍ଦଙ୍କୁ ଗିରଫ କରିବା ପରେ ଅଦାଲତ ଚାଲାଣ କରିଥିଲା ।ବର୍ତ୍ତମାନ ମଧ୍ୟ ନାବାଳକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ନଥିବା ପରିବାର ପକ୍ଷରୁ କୁହାଯାଇଛି ।
