ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଷୟ _____ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାର ପରିକଳ୍ପନା ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମର ଲୋକମାନଙ୍କୁ ଆଉ ଅଫିସ ଯିବାକୁ ପଡ଼ିବନି । ପ୍ରଶାସନ ପହଞିଛି ପଞ୍ଚାୟତ ରେ । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଜୟନଗର ପଞ୍ଚାୟତ ଅଫିସ୍ ଠାରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟ, ତହସିଲଦାର ଅଶୋକ କୁମାର ଦେହୁରୀ,ସରପଞ ପ୍ରଦୀପ କୁମାର ଦାଶ, ସମିତି ସଭ୍ୟ ରାଜେଶ କୁମାର ବିଶ୍ବାଳ, ପଞ୍ଚାୟତର ପିଓ,ଜିଆର ଏସ ପ୍ରମୁଖ ଉପସ୍ଥିତ ରହିଥିଲେ।ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମର ମୁଖ୍ୟ ସେବା ଗୁଡ଼ିକ ହେଲା ମାଗଣା ଚିକିତ୍ସା ଯୋଗାଇ ଦେବା, ମାଗଣା ପ୍ରାଣୀ ଚିକିତ୍ସା ଯୋଗାଇ ଦେବା,ଆଧାର ପଞ୍ଜିକରଣ,ଶ୍ରମିକ ପଞ୍ଜିକରଣ,ମାଗଣା ମୃତ୍ତିକା ପରୀକ୍ଷା ଓ ପରାମର୍ଶ,SHG ମାନଙ୍କ ବୀମା,, ପଟ୍ଟା ବଣ୍ଟନ,ଇ ପାଉତି ,ଏଇଭଳି ଅନେକ ଯୋଜନା ଉପଲବ୍ଧ ହେଉଛି।

କେନ୍ଦ୍ରାପଡ଼ାରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update