ବୃନ୍ଦାବାହାଲ ଚଣ୍ଡି ମନ୍ଦିରରେ ଜନସମାଗମ
Reporter – kapurchansethia
Place – Golamunda
Date – 21/02/2023
କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମ ଠାରେ ମା ଚଣ୍ଡୀ ଙ୍କ ପୂଜା ମହାସମାରୋହରେ ଆୟୋଜିତ ହୋଇଯାଇଛି। ଚଣ୍ଡି ସାଧକ ଶ୍ରୀମାନ ଗୁଜର ପ୍ରସାଦ ରାଉତ, ଶ୍ରଦ୍ଧାଳୁ ଭକ୍ତ ଙ୍କ ଉପସ୍ଥିତି ରେ ପୂଜାକାର୍ଯ୍ୟ କରିଥିଲେ । ଜିଲ୍ଲା ତଥା ଜିଲ୍ଲା ବାହାରୁ ଶହ ଶହ ଭକ୍ତଙ୍କ ସମାଗମ ହୋଇ ମାଙ୍କୁ ଦର୍ଶନ କରିବା ସହ ନିଜ ତଥା ନିଜ ପରିବାର ର ମଙ୍ଗଳ କାମନା କରିଥିଲେ । ଚଣ୍ଡି ମନ୍ଦିରରେ ମା ଚଣ୍ଡୀଙ୍କୁ ପୂଜାପାଠ କରି ପଶୁ ବଳୀ ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ଯେ ପୂର୍ବରୁ ଚଣ୍ଡି ମାଙ୍କ ଠାରେ ଯେଉଁ ମାନସିକ ଗୁଡିକ ଜଣାଇଥିଲେ ତାହା ପୂରଣ ହେଲେ ପଶୁ ବଳିଦେଇଥିବା ମନ୍ଦିର ପୂଜକ ପ୍ରକାଶ କରିଥିଲେ ।ପୂଜକ ଶ୍ରୀ କମଳା କାନ୍ତ ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ ।ମଣିଷ ନିଜର ଆବଶ୍ୟକତା ମେଣ୍ଟାଇବା ପାଇଁ ଶ୍ରମ କୁ ସାଥି କରେ, ବିପଦ ଆପଦ ସମୟରେ ଆପଣା ଲୋକର ସହଯୋଗ କାମନା କରି ନିରାଶ ହେଲା ପରେ ଈଶ୍ୱର ଙ୍କ ଉପରେ ନିଜକୁ ସମର୍ପିତ କରିଦିଏ। କଳି ଯୁଗରେ ଶକ୍ତି ର ଉପାସନା ବେଶ୍ ଆଦୃତ ଲାଭ କରିଛି, ଅନେକ ଶ୍ରଦ୍ଧାଳୁ ଭକ୍ତ ମା ଙ୍କ ଉପାସନା କରି ମନର ମନସ୍କାମନା ପୂରଣ କରିଥାନ୍ତି। ପ୍ରତ୍ୟକ୍ଷ ଦେବୀ ଭାବରେ ମା ଚଣ୍ଡୀ ଭକ୍ତଙ୍କ କଷଣ ନିବାରନ୍ତି, ଅପୁତ୍ରିକ ଘରେ ପୁଅ ଜନ୍ମେ, ଦୁଃଖ ଯାତନା କଷ୍ଟ ଦୁରହୁଏ, ଏହି ବିଶ୍ୱାସ ର ଜ୍ୱଳନ୍ତ ଉଦାହରଣ
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି kapurchansethia ଙ୍କ news ଜାଗ୍ରତ ଭାରତ