ମହିମା ଧର୍ମର ଖ୍ୟାତି ରକ୍ଷା ନିମନ୍ତେ ସହମତି ଭିଭିରେ ନୀତିକାନ୍ତି କରିବା ପାଇଁ ଉଭୟ ବକ୍କଳଧାରୀ ଏବଂ କୌପୁନାଧାରୀ ସନ୍ୟାସୀମାନଙ୍କୁ ନିବେଦନ

ମହିମା ଧର୍ମର ଖ୍ୟାତି ରକ୍ଷା ନିମନ୍ତେ ସହମତି ଭିଭିରେ ନୀତିକାନ୍ତି କରିବା ପାଇଁ ଉଭୟ ବକ୍କଳଧାରୀ ଏବଂ କୌପୁନାଧାରୀ ସନ୍ୟାସୀମାନଙ୍କୁ ନିବେଦନ

ଢେଙ୍କାନାଳ , ତା , ୨୨ , ୦୨.୨୦୨୩ ଗତ ୨୨. ୧୧.୨୦୨୨ ତାରିଖ ଦିନ ମହିମାଗାଦି , ଯୋରନ୍ଦା ପୀଠର ବତୀ ମନ୍ଦିର ଉଚ୍ଛେଦ ପରେ କୌପୁନୀଧାରୀ ସାଧୁସନ୍ଥମାନଙ୍କ ନୀତିକାନ୍ତି ପାଳନ ନିମନ୍ତେ ସହମତି ଭିତ୍ତିରେ ସ୍ଥାନ ନିରୂପଣ କରିବାକୁ ଉଭୟ ବକ୍କଳଧାରୀ ଏବଂ କୌପୁନୀଧାରୀ ସନ୍ନ୍ୟାସୀମାନଙ୍କୁ ନିବେଦନ କରାଯାଇଛି । ଆଜି ମଧ୍ୟାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ବୈଠକରେ ମାନ୍ୟବର ସଦର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଜନା ପୁହାଣ , ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ , ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର , ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ , ଗାଦିର ସମସ୍ତ ସାଧୁ ସନ୍ଥ ସହମତି ଭଲରେ ସହଯୋଗ ପୂର୍ବକ ନୀତିକାନ୍ତି ପାଳନ କରି ମହିମା ଧର୍ମର ଖ୍ୟାତି ରକ୍ଷା ନିମନ୍ତେ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି । ଏଥ୍ ନିମନ୍ତେ ହୋଇଥିବା ସମସ୍ତ ମାଲି ମୋକଦ୍ଦମାକୁ ତ୍ୟାଗ ମନୋଭାବ ନେଇ ପ୍ରତ୍ୟାହାର କରିବାକୁ ଉଭୟ ପକ୍ଷଙ୍କୁ କୁହାଯାଇଛି । ପ୍ରଶାସନିକ ଅଧି କାରୀ , ପୀଠର ସନ୍ୟାସୀ , ନିର୍ବାଚିତ ପ୍ରତିନିଧୂ ଏବଂ ପ୍ରମୁଖ ଗ୍ରାମବାସୀଙ୍କୁ ନେଇ ଏକ କମିଟି ଗଠନ କରାଯାଇ ନୀତିକାନ୍ତି ନିମନ୍ତେ ଉପୁଜିଥିବା ସମସ୍ୟାର ସମାଧାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ସରକାରୀ ଅଭିବକ୍ତା ଶ୍ରୀ ପତିତ ପାବନ ମହାପାତ୍ର , ଉଭୟ ବକ୍କଳଧାରୀ ଏବଂ କୌପୁନୀଧାରୀ ସାଧୁସନ୍ଥ , ଯୋରନ୍ଦା ସରପଞ୍ଚ , ଗନ୍ଦିଆ ବିଡିଓ , ତହସିଲଦାର ଏବଂ ପ୍ରମୁଖ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

Recent Post

Live Cricket Update