ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ

ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ


ବିଷୟ _____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ରଣପୁର ପଞ୍ଚାୟତର କଣ୍ଟିପୁର ସ୍ଥିତ ବଡ଼ ବ୍ରାହ୍ମଣସାହିରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ପୁଜା ଚାରିଦିନ ଧରି ଚାଲିବ।ବେଦଜ୍ଞ ବ୍ରାହ୍ମଣ ମାନଙ୍କ ଦ୍ଵାରା ମହାସମାରୋହରେ କଳସ ଯାତ୍ରା,ଯଜ୍ଞଶାଳା ପ୍ରତିଷ୍ଠା, ଅଙ୍କୁରାରୋପଣ, ପ୍ରତିଷ୍ଠା କାର୍ଯ୍ୟରମ୍ବ ,ପୁଜାର୍ଚ୍ଚନା,ଯଜ୍ଞହୂତି ଓ ସଂଧ୍ୟାରେ ନାମ ସଂକୀର୍ତ୍ତନ, ଜଗନ୍ନାଥ ସହସ୍ତ୍ର ନାମ ପଠନ , ପୂର୍ଣ୍ଣାହୁତି ପ୍ରଦାନ ,ମନ୍ଦୀର ପ୍ରବେଶ,ଆଦି ପୁଜାର୍ଚ୍ଚନା ହେବବୋଲି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କମିଟିର କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି।ଏହି ଉତ୍ସବରେ କର୍ତ୍ତା ଭାବରେ ଗୋପିନାଥ ଦାଶ କାର୍ଯ୍ୟ କରୁଛନ୍ତି।ଏହି ପ୍ରତିଷ୍ଠା ଉତ୍ସବରେ କଣ୍ଟିପୁର ତଥା ଆଖପାଖ ଅଂଚଳର ବହୁ ବିଶିଷ୍ଟ ଲୋକ ମାନେ ଯଥା ସମାଜସେବୀ ଗୋବିନ୍ଦ ଚନ୍ଦ୍ର ସାମଲ,ପୃର୍ବତନ ସରପଞ୍ଚ ଅଟଳ ବିହାରୀ ନାୟକ, ଅଜିତ ସାମଲ, ଗଣେଷ ପ୍ରସାଦ ସାମଲ, ହୃଦାନନ୍ଦ ଧଳ ଓ କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।

ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update