ଜିଲ୍ଲାରେ ନିର୍ମାଣ – ଧୀନ ପ୍ରୋଜେକ୍ଟ କାର୍ଯ୍ୟ ଧାର୍ଯ୍ୟ ସମୟରେ ଶେଷ କରିବାକୁ ସାଂସଦ ଙ୍କ ଗୁରୁତ୍ବାରୋପ
ଢେଙ୍କାନାଳ , ଡା . ୨୩ , ୦୨ , ୨୦୨୩ ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁଙ୍କ ଅଧ୍ୟକ୍ଷତାରେ ଉନ୍ନୟନ କାର୍ଯ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ପ୍ରତି ବ୍ଲକରେ ନିର୍ମାଣଧୀନ ବିଭିନ୍ନ ପ୍ରୋଜେକ୍ଟ କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ମାନ୍ୟବର ସାଂସଦ ସମସ୍ତ ବିଡିଓ ଏବଂ ନିର୍ବାହୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ନିର୍ବାଚିତ ଲୋକ ପ୍ରତିନିଧୂମାନଙ୍କ ସହିତ ସମନ୍ଵୟ ରକ୍ଷାକରି କାର୍ଯ୍ୟ କରିବାକୁ ସେ କହିଛନ୍ତି । ସମସ୍ତ ବ୍ଲକ ଅଧ୍ୟକ୍ଷମାନେ ପ୍ରୋଜେକ୍ଟ କାର୍ଯ୍ୟ ସମାପନ ଦିଗରେ ପୂର୍ଣ୍ଣ ସହଯୋଗ କରିବାକୁ କହିଛନ୍ତି । ଜିଲ୍ଲାର ସମସ୍ତ ଦୁର୍ଗମ ଅଞ୍ଚଳକୁ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଯେପରି ୧୦୨ ଏବଂ ୧୦୮ ଆମ୍ବୁଲାନ୍ସ ଗାଡି ଯାଇପାରିବ , ସେଥ୍ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି | 5 T ସ୍କୁଲ ଅଧୀନରେ ରୂପାନ୍ତରିତ ସ୍କୁଲର ଆବଶ୍ୟକ ରକ୍ଷଣାବେକ୍ଷଣ ଉପରେ ଧ୍ୟାନ ଦେବାକୁ କହିଛନ୍ତି । ସମସ୍ତ କାର୍ଯ୍ୟରେ ଗୁଣବତ୍ତା ଉପରେ ଅଧିକ ଧ୍ୟାନ ଦେବା ସହିତ ସ୍ଵଚ୍ଛତା ମ୍ବନ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ବିଡିଓ ମାନେ ସମସ୍ତ ଯୋଗ୍ୟ ହିତାଧ୍ୟାକାରୀମାନଙ୍କୁ ଚୟନ କରି ଗୃହ ନିର୍ମାଣର ବ୍ୟବସ୍ଥା କରିବାକୁ କହିଛନ୍ତି । ଉନ୍ନୟନମୂଳକ କାର୍ଯ୍ୟରେ କୌଣସି ପ୍ରକାରର ଖୁଲାପ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ମଡେଲ ପ୍ରୋଜେକ୍ଟ ଗୁଡିକରେ ଅଧିକ ଲୋକଙ୍କୁ କାମ ଯୋଗାଇ ଦେବା ସହିତ ନିଷ୍ଠାପର ଭାବେ କାର୍ଯ୍ୟ ସମ୍ପାଦନ କରିବାକୁ କହିଛନ୍ତି । ପ୍ରତ୍ୟେକ ମାସରେ ବିଡିଓ ମାନେ ନିର୍ମାଣଧୀନ ବିଭିନ୍ନ ପ୍ରୋଜେକ୍ଟର ଅଗ୍ରଗତି ରିପୋର୍ଟ ପ୍ରଦାନ କରିବାକୁ କହିଛନ୍ତି । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଶ୍ରୀ ତନ୍ମୟ କୁମାର ଦରୱାନ ସମସ୍ତଙ୍କୁ ସ୍ବାଗତ କରି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଲୋକପାଳ ଶ୍ରୀ ଅମରେନ୍ଦ୍ର ମଲ୍ଲ , ସମ୍ପୃକ୍ତ ବିଭାଗୀୟ ଏହି ବୈଠକରେ ମନରେଗାର ଅଧିକାରୀ , ସମସ୍ତ ବ୍ଲକ ଅଧ୍ୟକ୍ଷ , ବିଡିଓ ଉପସ୍ଥିତ ଥିଲେ ।