ନିମଖଣ୍ଡି ଗ୍ରାମରେ ଥାନା ନିର୍ମାଣ ଦାବିରେ ଏସପିଙ୍କୁ ସ୍ମାରକପତ୍ର
ବ୍ରହ୍ମପୁର, ୨୩।୯: ନବଗଠିତ ନିମଖଣ୍ଡି ଥାନାର ନୂତନ କୋଠା ନିମଖଣ୍ଡି ଗ୍ରାମରେ ହିଁ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଆଜି ନିମଖଣ୍ଡି, ହୁଗୁଳାପଟାର ଜନ ପ୍ରତିନିଧିଙ୍କ ସହ ବହୁ ଅଞ୍ଚଳବାସୀ ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ ଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସେହିପରି ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ସ୍ମାରକପତ୍ର ପ୍ରେରଣ କରାଯାଇଛି । ଅଂଚବାସୀଙ୍କ କହିବା ପ୍ରକାରେ ନିମଖଣ୍ଡି ଗ୍ରାମର ନିମଖଣ୍ଡି ମୌଜାରେ ଥିବା ଖାତା ନଂ-୪୫୧ ପ୍ଲଟ ନଂ- ୫୭ ରେ ୯୭୮ ଡିସିମିଲି ଜମି ଓଡିଶା ସରକାରଙ୍କ ଜଳସେଚନ ବିଭାଗ ନାମରେ ଅଛି ଏବଂ ଆଉ ଗୋଟେ ଜମି ଶ୍ରୀ କୃଷ୍ଣ ସାହୁ ଉକ୍ତ ବିଦ୍ୟାଳୟ ପାଖରେ ନିମଖଣ୍ଡି ଗ୍ରାମର ନିମଖଣ୍ଡି ମୌଜାର ଖାତା ନଂ-୪୫୩ ପ୍ଳଟ ନଂ-୧୯୪ ରେ ୬.୨୦୦ ଏକର ରକ୍ଷିତ ଅନାବାଦୀ କିସମ-ଗୋଚର ରେ ରହିଅଛି । ଉପରକ୍ତ ଦୁଇଗୋଟି ଜାଗା ମଧ୍ୟରୁ କୌଣସି ଗୋଟିଏ ଜାଗାରେ ଥାନାଟି ପ୍ରତିଷ୍ଠା କରାଗଲେ ପ୍ରାୟ ୩୦ ଖଣ୍ଡ ଗ୍ରାମର ଗ୍ରାମବାସି ଉପକୃତ ହେଇପାରିବେ ବୋଲି ଅଞ୍ଚଳବାସୀ କହିଛନ୍ତି । ତେଣୁ ନିମଖଣ୍ଡି ଠାରେ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରି ଥାନାର ନୂତନ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ନିମଖଣ୍ଡି ଅଂଚଳ ବାସୀ ଯେଉଁ ୬.୨୦୦ ଏକରର ଜାଗା କଥା କହିଛନ୍ତି ତାହାକୁ ମଧ୍ୟ ଅନୁଧ୍ୟାନ କରାଯିବ, ଯଦି ସେଠାରେ ସମସ୍ତ ସୁବିଧା ଥାଏ ତେବେ ପୁଲିସ ପକ୍ଷରୁ ସେହି ଜାଗା ବିଷୟରେ ସରକାରଙ୍କୁ ଅବଗତ କରାଯିବ ବୋଲି ଏସପି ଡ଼ା ସର୍ବଣା ବିବେକ ଏମ କହିଛନ୍ତି । ଏସପିଙ୍କୁ ସ୍ମାରକପତ୍ର ପ୍ରଦାନ ବେଳେ ନିମଖଣ୍ଡି ସରପଞ୍ଚ ଶଶୀ ବେହେରା, ସମିତି ସଭ୍ୟା ଵିଷ୍ଣୁ ବେହେରା, ୱାର୍ଡ ସଭ୍ୟ ସମୀର କୁମାର ରଥ, ଜୟ ରାମସାହୁ, ସନ୍ତୋଷ କୁମାର ପଟ୍ଟନାୟକ, ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ବେହେରା, ପ୍ରସାନ୍ତ କୁମାର ସାହୁ, ଦୀପକ କୁମାର ସାହୁଙ୍କ ସହ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।
