ସ୍ୱାସ୍ଥ୍ୟସେବା ସମ୍ମାନରେ ସମ୍ମାନିତ ହେଲେ ବିଷ୍ଣୁପ୍ରିୟା

ସ୍ୱାସ୍ଥ୍ୟସେବା ସମ୍ମାନରେ ସମ୍ମାନିତ ହେଲେ ବିଷ୍ଣୁପ୍ରିୟା

ବ୍ରହ୍ମପୁର (ଟୁକୁନା ପ୍ରଧାନ, ୨୩.୨.୨୦୨୩)-: ଗତକାଲି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ଟାଉନ ହଲ୍ ପରିସରରେ ଆମ ଗାଁ କଲ୍ଯାଣ ସମିତି ଓ ଜନ ଆରୋଗ୍ୟ ସମିତି ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଅତିଥି ଭାବେ ସ୍ୱାସ୍ଥ୍ୟ ବିଭାଗର ବହୁ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ଉତ୍ତମ ସେବା ପ୍ରଦାନ ଏବଂ କାର୍ଯ୍ୟଦକ୍ଷତା ପାଇଁ ସ୍ୱାସ୍ଥ୍ୟ ବିଭାଗର କିଛି କର୍ମକର୍ତ୍ତା ମାନଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର କାର୍ଯ୍ୟରତ ଆଶାକର୍ମୀ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁଙ୍କୁ ୨୦୨୨-୨୩ ବର୍ଷର ଶ୍ରେଷ୍ଠ ଆଶା ଭାବେ ସ୍ୱାସ୍ଥ୍ୟ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏ ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟୁଛି ।

Recent Post

Live Cricket Update