ସରକାରୀ ଜାଗା ଉଛେଦ ନିମନ୍ତେ ବାଜିଲା ଡେଙ୍ଗୁରା
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତ ରେ ସରକାରୀ ଜାଗା ଜବରଦଖଲ ଉଚ୍ଛେଦ ପଞ୍ଚାୟତ ପକ୍ଷରୁ ଡେଙ୍ଗୁରା ବଜାଇ ସଚେତନତା କରାଯାଇଛି। ସୂଚନା ମୁତାବକ ନୂଆହତା ଗ୍ରାମ ପଞ୍ଚାୟତ ରେ ଚାଲିଥିବା ୫୫ନମ୍ବର ଜାତୀୟ ରାଜପଥ ର ନବୀକରଣ ତଥା ସମ୍ପ୍ରସାରଣ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ରାସ୍ତା ପାର୍ଶ୍ୱ ରେ କିଛି ଘର ସରକାର ଙ୍କ ପକ୍ଷରୁ ଅର୍ଥ ପାଇଥିଲେ ମଧ୍ୟ ଭଙ୍ଗା ଯାଇନାହିଁ କେତେକ ସ୍ଥାନରେ ଲୋକେ ଅବରୋଧ କରି ରଖିଛନ୍ତି। ଏହି କାର୍ଯ୍ୟକ୍ରମ ରେ ରାସ୍ତା ପାର୍ଶ୍ୱ ରେ ଏକ୍ ଡ୍ରେନ ନିର୍ମାଣ ଚାଲିଛି। ଏହି ଡ୍ରେନ୍ ନିର୍ମାଣ ଦ୍ଵାରା ଗ୍ରାମବାସୀ ନିଜ ଗୃହରୁ ବାହାରି ଅସମ୍ଭବ ହୋଇଯାଇଛି। ଏଥି ନେଇ ଗ୍ରାମବାସୀ କିଛିଦିନ ପୂର୍ବରୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥିପ୍ରତି ଧ୍ୟାନ ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଚାୟତ ରେ ଡେଙ୍ଗୁରା ଦେଇ ରାସ୍ତା ପାର୍ଶ୍ୱ ଥିବା ଗ୍ରାମବାସୀଙ୍କୁ ସଚେତନତା କରାଇ ନିଜେ ନିଜେ ଜବରଦଖଲ କରି ରଖିଥିବା ଜାଗାରୁ ହଟି ଯିବା ଉଦ୍ଦେଶ୍ଯ ରେ ସଚେତନତା ସୃଷ୍ଟି କରାଯାଇଥିଲା।
