ପ୍ରଧାନମନ୍ତ୍ରୀ ଓ ଆଦାନୀଙ୍କ ମଧୁଚନ୍ଦ୍ରିକା ଭାରତବର୍ଷର ମହାମେଗା ସ୍କାମ ବୋଲି କହିଛନ୍ତି ଅନୁଗୋଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଜୟନ୍ତ ମହାନ୍ତି

ପ୍ରଧାନମନ୍ତ୍ରୀ ଓ ଆଦାନୀଙ୍କ ମଧୁଚନ୍ଦ୍ରିକା ଭାରତବର୍ଷର ମହାମେଗା ସ୍କାମ ବୋଲି କହିଛନ୍ତି ଅନୁଗୋଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଜୟନ୍ତ ମହାନ୍ତି

ଅନୁଗୋଳ ୨୩।୨ – ଆଜି ସଂଧ୍ୟା ୫ ଘଟିକା ସମୟରେ ସ୍ଥାନୀୟ ଜେନ ରୟାଲ କଲେଜ ହୋଟେଲଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ଦ୍ବାରା ନିଯୁକ୍ତ ଅନୁଗୋଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଜୟନ୍ତ କୁମାର ମହାନ୍ତି ପ୍ରଧାନମନ୍ତ୍ରୀ ଓ ଆଦାନୀଙ୍କ ମଧୁଚନ୍ଦ୍ରିକା ଭାରତବର୍ଷର ଅର୍ଥନୀତିକୁ ନିମ୍ନଗାମୀ କରିବା ସହ ଦେଶକୁ ଦେବାଳିଆ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରି ସାରିଛନ୍ତି। ଏହା ଭାରତର ଏକ ସର୍ବ ବୃହତ ମହାମେଗା ସ୍କାମ ଭାବେ ପରିଗଣିତ ହେବ। ଯେଉଁ ଆମଦାନୀ ୨୦୧୪ମସିହାରେ ବିଶ୍ୱ ଧନୀ ତାଲିକାରେ ୬୦୯ତମ ସ୍ଥାନରେ ଥିଲା, ୯ ବର୍ଷ ମଧ୍ୟରେ ସେ ବିଶ୍ଵର ତୃତୀୟ ଧନୀ ହୋଇ ପାରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରଚ୍ଛନ୍ନ ସହଯୋଗରେ ସେ ତାଙ୍କର ସାମ୍ରାଜ୍ୟକୁ ବିସ୍ତାର କରି ପାରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ବିଦେଶ ଗସ୍ତରେ ତାଙ୍କୁ ସାଥିରେ ନେବା ସହ ତାଙ୍କୁ ବିଭିନ୍ନ ଦେଶରେ ବ୍ୟବସାୟିକ ବ୍ୟବସ୍ଥା କରିଥିବା ମଧ୍ୟ ନଜରକୁ ଆସିଛି। ଅହେତୁକ ଦରବୃଦ୍ଧି, ବେକାରୀ ସମସ୍ୟା, ଆର୍ଥିକ ବିଶୃଙ୍ଖଳା ଦେଇ ଦେଶ ଗତି କରୁଛି କେବଳ ପ୍ରଧାନମନ୍ତ୍ରୀଙ୍କ ଭୂଲ ନିଷ୍ପତି ସହ ଦୃଢ ବନ୍ଧୁପ୍ରିତି ପାଇଁ। ଏଣୁ ଆଗାମୀ ଦିନରେ ଭାରତୀୟ ଜାତୀୟ କଂଗ୍ରେସ ଏହାର ଦୃଢ ଜବାବ ଦେବ। ପ୍ରଧାନମନ୍ତ୍ରୀ ପବିତ୍ର ସଂସଦ ଗୃହରେ ମଧ୍ୟ ଏହାର ଜବାବ ନ ରଖିବା ଅତ୍ୟନ୍ତ ଦୁଃଖଦାୟକ। ତଦନ୍ତ ପାଇଁ ଯୁଗ୍ମ ପାର୍ଲିଆମେଣ୍ଟ କମିଟି ଗଠନ କରିବାକୁ ହେଉଥିବା ଦାବିକୁ ସରକାର ଏଡାଇ ଯିବା ଦୁର୍ଭାଗ୍ୟ ଜନକ। ଏଣୁ ବାଧ୍ୟହେବ ଭାରତୀୟ ଜାତୀୟ କଂଗ୍ରେସ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନକୁ ତୀବ୍ର କରିବ। ଆଜିର ସାମ୍ବାଦିକ ସମ୍ମିଳନୀରେ ଅନୁଗୋଳ ଜିଲ୍ଲା କଂଗ୍ରେସ ମୁଖପାତ୍ର ଗୋପାଳ ଚନ୍ଦ୍ର ନାଥ ଅଧ୍ୟକ୍ଷତା କରି ଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଜୟନ୍ତ ସାହୁ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଆଇଏନଟିୟୁସିର ଜିଲ୍ଲା ସଭାପତି ଦିଗମ୍ବର ଗଡନାୟକ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ତପସ୍ବିନୀ ବିଶ୍ବାଳ, ଲିଗାଲ ସେଲ ଅଧ୍ୟକ୍ଷ ଧର୍ମେନ୍ଦ୍ର ନାଥ ମିଶ୍ର, ଓବିସି ସେଲ ଅଧ୍ୟକ୍ଷ ପ୍ରବୋଧ ସ୍ବାଇଁ, ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ପ୍ରଦ୍ୟୁମ୍ନ ସାହୁ, ବରିଷ୍ଠ କଂଗ୍ରେସ ନେତା ମୁନା ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ବଲବୀର ସିଂହ, ରାକେଶ ମିଶ୍ର, ନଗର ମହିଳା କଂଗ୍ରେସ ସଭାନେତ୍ରୀ ହସିଦା ଖାନ୍, ନଗର ଓବିସି ଅଧ୍ୟକ୍ଷ ଭଗବାନ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ଶେଷରେ ରାଜ୍ୟ ଓବିସି ସେଲ ସଂପାଦକ ଜିତେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Recent Post

Live Cricket Update