ମଧ୍ୟାନ୍ନ ଭୋଜନ ପାଚିକା ଓ ସହୟିକା ଙ୍କ ବି.ଇ.ଓ ଅଫିସ ସମୁଖରେ ବିକ୍ଷୋଭ

ମଧ୍ୟାନ୍ନ ଭୋଜନ ପାଚିକା ଓ ସହୟିକା ଙ୍କ ବି.ଇ.ଓ ଅଫିସ ସମୁଖରେ ବିକ୍ଷୋଭ।


ଓଡିଶା ର ମଧ୍ୟାନ୍ନ ଭୋଜନ ପାଚିକା ଓ ସହୟିକା ଙ୍କ ତରଫରୁ ଆଜି ଟାଙ୍ଗୀ ଚୌଦ୍ୱାର ବ୍ଲକ କମିଟି ତରଫରୁ ଆଜି (ସି. ଆ. ଟି. ୟୁ ) ର ସଭାପତି ପ୍ରତିମା ସାହୁ ଙ୍କ ନେତୃତ୍ୱ ରେ ଏକ ୧୫ ଦଫା ଦାବି ସହ ବିଇଓ ଅଫିସ ସମୁଖ ରେ ବିକ୍ଷୋଭ ସଭା ହୋଇଯାଇଛି l ଏହି ବିକ୍ଷୋଭ ସଭା ରେ ନୂତନ ଭାବେ ନିଯୁକ୍ତି ପାଇଥିବା ପାଚିକା ଓ ସହୟିକା ମାନଙ୍କର ନିଯୁକ୍ତି କୁ କିପରି ଭାବେ ତୁରନ୍ତ ମଂଜୁର କରାଯିବା ସହିତ ମାସିକ ଦରମା ଛବିଶ ହଜାର ଟଙ୍କା କୁ ବୃଦ୍ଧି କରିବା ସହିତ ମାନ୍ୟବର ଉଚ୍ଚ ନାୟଳୟ ଙ୍କ ଆଦେଶ ମୁତାବକ ୨୮ ମାସ ର ବକେୟା ଭତ୍ତା ଓ ଅବସରବୟସ ୬୨ବର୍ଷ କୁ ବୃଦ୍ଧି ସହ ମାସିକ ଦଶ ହଜାର ପେନସନ ଦେବା ପାଇଁ କୁହାଯାଇଥିଲା l
ଏହି ପନ୍ଦର ଦଫା ଦାବି ପତ୍ର କୁ ଏକ ସାତ ଜଣ ପ୍ରତିନିଧି ଦଳ ବି. ଇ ଓ ଟାଙ୍ଗୀ ଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହ ଆଲୋଚନା କରିଥିଲେ l ଏହି ବିକ୍ଷୋଭ ସଭା ରେ ସଭାପତି ପାଚିକା ଓ ସହୟିକା ସଙ୍ଘ ର ସଭାପତି ପ୍ରତିମା ସାହୁ, ରାଜ୍ୟ କର୍ମଯିବି ମହିଳା ସଂଗଠନର ଆବାହିକା ପୁଷ୍ପା ଦାସ, ବଦ୍ରି ନାରାୟଣ ଦାସ, ଉପ ସଭାପତି ରଶ୍ମି ରଞ୍ଜନ ତ୍ରିପାଠୀ, ଶ୍ରମିକ ନେତା ବିଷ୍ଣୁ ବେହେରା, ରମେଶ ବେହେରା, ଡମ୍ବରୁ ଧର ସାହୁ, ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୂଜ୍।

Recent Post

Live Cricket Update