( ଗୁରୁକୃପା ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ସଂକୀର୍ତନ ସମାରୋହ ରେ ଯୋଗ ଦେଲେ ମହା ମହିମ ରାଜ୍ୟପାଳ
)
ଜଗତସିଂହପୁର
ତା =24/2/23
-ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ତିହୁଡା ମା ଜାଗୁଳାଇ ପୀଠରେ ଗୁରୁକୃପା ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ସଂକୀତ୍ରନ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡିଶା ର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପ୍ରଫେସର ଡକ୍ଟର ହରେକୃଷ୍ଣ ଶତପଥି |ବିଶିଷ୍ଟ ଅତିଥି ମହନ୍ତ ଶ୍ରୀ ଚିନ୍ତାମଣି ପର୍ବତ ଗୋସ୍ୱାମୀ | ସମ୍ମାନିତ ଅତିଥି ଭାବେ ମହେଶ କୁମାର ଚୌଧୁରୀ ଓ ଗୁରୁକୃପା କୁଟୀର ର ପ୍ରତିଷ୍ଠାତା ବାବା ସତ୍ୟାନନ୍ଦ ଦାସ ଯୋଗ ଦେଇ ପ୍ରଥମେ ବାବା ବୈକୁଣ୍ଠ ନାଥ ବ୍ରହ୍ମଚାରି ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଆଧ୍ୟାତ୍ମିକ ସମାରୋହ ଆରମ୍ଭ କରାଯାଇ ଥିଲା l ପ୍ରଥମେ ବାବା ସତ୍ୟାନନ୍ଦ ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ଅଞ୍ଚଳ ର କିଛି ସୁନାମ ଧନ୍ୟ ବ୍ୟକ୍ତିତ୍ବ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସାମ୍ମନ୍ୱିତ କରାଯାଇଥିଲା l ସମସ୍ତ ଅତିଥି ନିଜର ଅଭିଭାଷଣ ରଖିବା ପରେ ମହାମହିମ ରାଜ୍ୟପାଳ ଅଭିଭାସଣ ମାଧ୍ୟମରେ ଗୀତା ଭାଗବତ ର ସାରାଂଶ ଓ ଅର୍ଜୁନ ଓ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ମହତ ପଣିଆ ବିଷୟ ରେ ଉପସ୍ଥିତ ଥିବା ଜନସାଧାରଣ କୁ ବୁଝାଇ ଥିଲେ l ତତସହିତ ମହା ମହିମ ଙ୍କ ଆଗମନ ଓ ବିଶାଳ ସମାବେଶ କୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ଥିବା ର ଦେଖିବାକୁ ମିଳିଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ