ମନ୍ମଥ ଧଳ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ
ଯୋଗଦେବେ ମହା ମହୀମ ରାଜ୍ୟପାଳଙ୍କ ସମେତ ବହୁ ମନ୍ତ୍ରୀ, ବିଧାୟକ ଓ ଏମ ପୀ
ବିଷୟ ____ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରିପଟା ପଞ୍ଚାୟତ ଜଗନ୍ନାଥ ମନ୍ଦିର ନିକଟ ଲକ୍ଷ୍ମୀ ନାରାୟଣ ପଡ଼ିଆରେ ଆୟୋଜିତ ହେବାକୁ ଯାଉଛି ଆଞ୍ଚଳିକ ଭଲିବଲ ପ୍ରଶିକ୍ଷଣ କେନ୍ଦ୍ର ବିରିପଟା ଯାଜପୁର ଆନୁକୁଲ୍ୟରେ ଏକ ଦିବସୀୟ ଆନ୍ତଃ ରାଜ୍ୟ ଭଲିବଲ ପ୍ରତିଯୋଗିତା। ଏଥିରେ ରାଜ୍ୟରୁ ସୁନାମଧନ୍ୟ ଭଲିବଲ ଖେଳାଳୀ ମାନେ ଯୋଗଦେବେ ଓ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ତରଫରୁ ପ୍ରକାଶ କରିଛନ୍ତି।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଜ୍ୟପାଳ ମହାମହିମ ପ୍ରଫେସର ଗଣେଷୀ ଲାଲ,ବିପର୍ଯ୍ୟୟ ପ୍ରଶମନ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସାଂସଦ ଓ କିଟ,କିସ୍ ର ପ୍ରତିଷ୍ଠାତା ଏବଂ ଭଲିବଲ ଫେଡେରେସନ ଇଣ୍ଡିଆ ର ସଭାପତି ପ୍ରଫେସର ଡକ୍ଟର ଅଚ୍ୟୁତ ସାମନ୍ତ, ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେବେ ବୋଲି ବିଜୟ କୁମାର ଧଳ ପ୍ରକାଶ କରିଛନ୍ତି।
ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ