୨୪ତମ ଅଷ୍ଟପ୍ରହର ନାମ ଯଜ୍ଞ
ଢେଙ୍କାନାଳ , ୨୪।୨ : ଢେଙ୍କାନାଳ ସହର ବାଜିଚୌକସ୍ଥିତ ଜୟଗୋପାଳ ସାହିର ମଠ ପ୍ରାଙ୍ଗଣରେ ୨୪ତମ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ଗତ ୨୩ ତାରିଖ ଦିନ କୁଞ୍ଜସ୍ଥାପନ , କଳସଯାତ୍ରା , ଅଧିବାସ ଓ ଅଖଣ୍ଡଦ୍ବୀପ ସ୍ଥାପନ ଅନୁଷ୍ଠିତ ହୋଇଥିଲା । ୨୪ତାରିଖ ଦିନ ଆଖପାଖ ଅଂଚଳର ୮ଗୋଟି ସଂକୀର୍ତନ ମଣ୍ଡଳୀଙ୍କ ଦ୍ବାରା ନାମସଂକୀର୍ତନ ଓ ସଂଧ୍ୟା ସମୟରେ ୧୦୮ ଆଳତୀ ଓ ପ୍ରସାଦସେବନ ଅନୁଷ୍ଠିତ ହୋଇଥିଲା । ଗତ ୨୫ ତାରିଖ ଦିନ ନଗରକୀର୍ତନ ଓ ଦହାଣ୍ଡୀ ଭଙ୍ଗାଯାଇଥିଲା । ପୂଜକ ସନ୍ତୋଷ ଦେବତା ପୂଜାର୍ଚ୍ଚନା କରିଥିଲେ । ସଭାପତି ଗୁପ୍ତେଶ୍ଵର ମିଶ୍ର ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳାର ସହିତ ପରିଚାଳିତ କରିଥିଲେ । ସଂପାଦକ ପ୍ରଣବା ନନ୍ଦ ଦାସ , ଗଣେଶ୍ବର ସାହୁ , ସିକୁ ସେଠୀ , ଜଗା ସେଠୀ ଓ ରମେଶ ବେହେରାଙ୍କ ସମେତ ସାହିର ସମସ୍ତ ଅଧିବାସୀଙ୍କ ସହଯୋଗରେ ନାମଯଜ୍ଞ ସମାପନ ହୋଇଥିଲା ।