ଜିଲ୍ଲା ଉନ୍ନୟନ ସମନ୍ଵୟ ଓ ପର୍ଯ୍ୟ।ଲୋଚନା କମିଟି ” ଦିଶା ” ବୈଠକ ଅନୁଷ୍ଠିତ ସ୍ବାସ୍ଥ୍ୟ ଏବଂ ଶିକ୍ଷା ଉପରେ ସାଂସଦଙ୍କ ଗୁରୁତ୍ୱାରୋପ
ଢେଙ୍କାନାଳ ତା ୨୪.୦୨.୨୦୨୩ ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଉନ୍ନୟନ ସମନ୍ଵୟ ଓ ପର୍ଯ୍ୟାଲୋଚନା କମିଟି ” ଦିଶା ” ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟକ୍ଷତା କରି ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ , କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନାର କାର୍ଯ୍ୟକାରିତାର ରିପୋର୍ଟ ନିୟମିତ ଭାବେ ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯୋଜନାର କାର୍ଯ୍ୟକାରିତା ଓ ସଫଳ ରୂପାୟନ ନିମନ୍ତେ ଜନପ୍ରତିନିଧୁମାନଙ୍କ ସହିତ ସମନ୍ଵୟ ରଖୁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ସ୍ଵାସ୍ଥ୍ୟ ହିଁ ପ୍ରକୃତ ସମ୍ପଦ , ଜିଲ୍ଲାବାସୀଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବା ଉପରେ ଗୁରୁତ୍ବାରୋପ କରି , ଆବଶ୍ୟକ ଚିକିତ୍ସା ସୁବିଧା କରିବାକୁ ସେ ଜିଲ୍ଲା ଚିକିତ୍ସା ଅଧ୍ୟାକାରୀଙ୍କୁ କହିଛନ୍ତି । ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ଶିକ୍ଷାଦାନ ପଦ୍ଧତିକୁ ଅଧ୍ଵ କ୍ରିୟାଶୀଳ କରାଇ ବୌଧକ ଓ ନୈତିକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ବାରୋପ କରିଛନ୍ତି । ମୁଖ୍ୟ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନା ଓ ପ୍ରକଳ୍ପର ସଫଳ କାହାଣୀର ଭିଜୁଆଲ ଡକୁମେଣ୍ଟ ପ୍ରସ୍ତୁତ କରି ପ୍ରଚାର କରାଇ ଅନ୍ୟମାନଙ୍କୁ ଉତ୍ସାହିତ କରିବାକୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠି କହିଛନ୍ତି । ଜନସାଧାରଣଙ୍କ ଅଭିଯୋଗ ଶୁଣି , ଟିମ ସ୍ପିରିଟରେ କାମ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଡାକ୍ତର ଅଭାବ ପୂରଣ ପାଇଁ ବିହିତ ବ୍ୟବସ୍ଥା କରାଯାଉଛି , ଚିକିତ୍ସା ସେବା ନିମନ୍ତେ ଅବସର ପ୍ରାପ୍ତ ଡାକ୍ତରମାନଙ୍କୁ ନିଯୁକ୍ତ କରାଯିବ । ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ଉତ୍ତମ ଚିକିତ୍ସା ନିମନ୍ତେ ହସ୍ପିଟାଲ ନିର୍ମାଣ ହେବ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସୁଫଳ ଯେପରି ପ୍ରତ୍ୟେକ ହିତାଧ୍ୟାକାରୀ ପାଇ ପାରିବେ ସେଥ୍ପ୍ରତି ବିଶେଷ ଗୁରୁତ୍ଵ ଦିଆଯାଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା . ଅଶୋକ କୁମାର ଦାଶ ପ୍ରକାଶ କରିଛନ୍ତି । 5 T ଅନ୍ତର୍ଗତ ବିଦ୍ୟାଳୟ କାର୍ଯ୍ୟକ୍ରମ , ସ୍କୁଲର ରକ୍ଷଣାବେକ୍ଷଣ ବ୍ୟବସ୍ଥା , ପରିଷ୍କାର ପରିଚ୍ଛନ୍ନତା , ବନ ବିଦ୍ୟାଳୟରେ ନୈତିକ ଶିକ୍ଷା ଦାନ , ମଧ୍ୟାହ୍ନ ଭୋଜନର ସୁପରିଚାଳନା ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି ଅବଗତ କରାଇଥିଲେ । ମୋ ସ୍କୁଲ ଅଭିଯାନରେ ହିତାକାଂକ୍ଷୀମାନଙ୍କୁ ଠାରୁ ପ୍ରାୟ ୧୭ କୋଟି ଟଙ୍କା ଗ୍ରହଣ କରାଯାଇପାରିଛି ବୋଲି ସେ ପ୍ରକାଶ କରିଛନ୍ତି । ସରକାରୀ ବିଦ୍ୟାଳୟ ପ୍ରତି ଅଭିଭାବକ ଏବଂ ପିଲାମାନଙ୍କର ଆଗ୍ରହ ବାଢୁଛି ସେ କହିଛନ୍ତି । ବୈଠକ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଶ୍ରୀ ତନ୍ମୟ କୁମାର ଦରୱାନ ସମସ୍ତଙ୍କୁ ସ୍ବାଗତ କରି ” ବିଶା ” ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ , ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର , ମାନ୍ୟବର ସଦର ବିଧାୟକଙ୍କ ପ୍ରତିନିଧୂ ଶ୍ରୀ ନରୋତ୍ତମ ସାହୁ , ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ଦତ୍ତ ( ପ୍ରଶାସନ ) , ସମସ୍ତ ଜିଲ୍ଲା ପରିଷଦ ସଭ୍ୟ , ସଭ୍ୟା , ସମସ୍ତ ଏନ.ଏ.ସି. ଏବଂ ବ୍ଲକ ର ଚେୟାରମ୍ୟାନ ଯୋଗ ଦେଇଥିଲେ । ଶେଷରେ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
