ଶ୍ରୀ ଶ୍ରୀ ମଉଡମଣୀ ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ମୀନାବଜାରର ପ୍ରତିଷ୍ଠା ଦିବସ
ଢେଙ୍କାନାଳ , ୨୪।୨ : ଶ୍ରୀ ଶ୍ରୀ ମଉଡମଣୀ ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ , ମୀନାବଜାରର ବାର୍ଷିକ ପ୍ରତିଷ୍ଠା ଦିବସ ଅଦ୍ୟ ଯଥା ରୀତିନୀତି ଅନୁଯାୟୀ ପାଳନ ହୋଇଯାଇଛି । ଏହି ଅବସରରେ ମା’ଙ୍କ ଷୋଡଶ ପୂଜା , ଯଜ୍ଞ , ପଣା ଭୋଗ ଓ ୧୦୮ ଆଳତୀ ସହ ଓ ଅନ୍ନପ୍ରସାଦ ଭୋଗ ଶ୍ରଦ୍ଧାଳୁମାନେ ସେବନ କରିଥିଲେ । ପୂଜକ ନରୋତମ ଦାସ , ଶୁଭେନ୍ଦୁ ନନ୍ଦ , କର୍ତା ନରେନ୍ଦ୍ର କୁମାର ସାହୁ ଓ ଗଣେଶ ବାରିକ ପୂଜା କାର୍ଯ୍ୟ ସଂମ୍ପୂର୍ଣ କରିଥିଲେ । ପୂଜା ପ୍ରତିଷ୍ଠାନ ଟ୍ରଷ୍ଟ ସଂପାଦକ ବିରଂଚି ନାରାୟଣ ସାହୁ , ପୂଜା କମିଟି ସଭାପତି ରବିନାରାୟଣ ମହାନ୍ତି , କାର୍ଯ୍ୟକାରୀ ସଭାପତି ନିରୋଦ କୁମାର ସାହୁ , ଟ୍ରଷ୍ଟି ପ୍ରଫୁଲ୍ଲ କୁମାର ବେହେରା , ପୂଜା କମିଟି ସଂପାଦକ ପିତବାସ ସାହୁ , ଅନ୍ୟ କାର୍ଯ୍ୟକାରୀ କର୍ମକର୍ତା ଦୟାନିଧ୍ୱ ବେହେରା , କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ , ବୀରବର ସାହୁ , ଉଦୟନାଥ ବେହେରା , ଶ୍ରୀକାନ୍ତ କୁମାର ମହାପାତ୍ର , ବେଣୁଧର ସାହୁ , ରବିନାରାୟଣ ପଟ୍ଟନାୟକ , ପ୍ରଦୀପ କୁମାର ସାହୁ , ସଦାନନ୍ଦ ସାହୁ , ସୁଧାଂଶୁ କୁମାର ସାହୁ ପ୍ରମୁଖଙ୍କ ତତ୍ବାବଧାନରେ ଏହି ପୂଜା ଅନୁଷ୍ଠିତ ହୋଇଥିଲା ।