( ଦଳିତ ପରିବାର ଉପରେ ବିଳମ୍ବିତ ରାତ୍ରିରେ ସଂଘବଧ ଆକ୍ରମଣ ଘର ଭିତରେ ପଶି ନିଧୂମ ପିଟିଲେ,ଟଙ୍କା ସୁନା ଛଡାଇ ନେଲେ..
ଘଟଣା କୁ ଆଠ ଦିନ ପରେ ବି ପୋଲିସ ଚୁପ,..ଏସ.ପି ଙ୍କୁ ଭେଟିଲେ ଅଭିଯୋଗ କାରି
).
ଜଗତସିଂହପୁର
ତା =24/2/23
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବୋରିକ୍ ଗ୍ରାମ ର ଛବିନ୍ଦ୍ର ସେଠି ଙ୍କ ଘରେ ଗତ ଏଗାର ତାରିଖ ରାତ୍ରି ରେ ଉକ୍ତ ଗ୍ରାମର ପ୍ରଦୀପ୍ତ ବସ୍ତିଆ, ବିଭନ ବସ୍ତିଆ, ଦିଲୀପ ବସ୍ତିଆ, ରାନୀ ବସ୍ତିଆ, ଟୁନି ବସ୍ତିଆ ଓ ଅମୁଲ୍ୟ ବେଉରା ପ୍ରମୁଖ ସଙ୍ଘବଧ ଭାବେ ଘରେ ପଶି ଆକ୍ରମଣ କରିବା ସହିତ ଜାତିଆଣା ଆକ୍ଷେପ କରି ଗାଳି ଗୁଲଜ କରିବା ସହିତ ଟଙ୍କା ସୁନା ଛଡାଇ ନେଇଥିଲେ,| ,ଜୀବନ ବିକଳ ରେ ସେମାନେ 112 କୁ ଫୋନ କରିବା ପରେ 112 ଗାଡ଼ି ଆସି ପହଂଚି ଥିଲା | ପରେ ଛବିନ୍ଦ୍ର ଙ୍କ ପତ୍ନୀ କୁଜଙ୍ଗ ଥାନାରେ ଏତଲା ଅଭିଯୋଗ କରିବା ପରେ ମଧ୍ୟ ପୋଲିସ ଘଟଣା କୁ ଅଣଦେଖା କରି କେଶ ରୁଜୁ କରି ନଥିଲା | ,ଫଳରେ ଅଭିଯୁକ୍ତ ମାନେ ସାହସ ପାଇ ପୁନର୍ବାର 16 ତାରିଖ ରାତ୍ରିରେ ଛବିନ୍ଦ୍ର ଙ୍କ ଘରେ ନିଆଁ ଲଗାଇ ଦେଇଥିଲେ | ଫୁଣି ଏକ ଅଭିଯୋଗ କ୍ରମେ ପୋଲିସ କୁଜଙ୍ଗ ଥାନା କେଶ ନଂ 88/2023 ରେ ଏକ ମୋକଧମା ରୁଜୁ କରିଥିଲେ ମଧ୍ୟ, କୌଣସି ଅଭିଯୁକ୍ତ ଙ୍କୁ ଗିରଫ ନକରିବା ଓ ନିରବ ରହିବା କୁ ନେଇ, ଅଭିଯୁକ୍ତ ମାନେ ଉକ୍ତ ଦଳିତ ପରିବାର କୁ ନାନା ପ୍ରକାର ଧମକ ଚମକ ଦେଉଛନ୍ତି |
ଶେଷରେ ନିରୁପାୟ ହୋଇ ଅଭିଯୋଗ କାରିଣୀ ଜଗତସିଂହପୁର ଏସ.ପି ଙ୍କୁ ଭେଟି ଅଭିଯୋଗ ଜଣାଇବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସ.ପି ନିର୍ଧେଶ ଦେଇଥିବା ଜଣାପଡିଛି |
ତେବେ ଅଭିଯୁକ୍ତ ମାନେ ପ୍ରଭାବ ଶାଳୀ ବ୍ୟକ୍ତି ହୋଇଥିବାରୁ ପୋଲିସ କୋହଳ ମନୋଭାବ ପୋଷଣ କରୁଛି ବୋଲି ଅଭିଯୋଗ କାରି ପ୍ରତିକ୍ରିୟା ରଖିଛନ୍ତି |
ତେବେ ଦେଖିବାକୁ ବାକି ରହିଲା ଏସ.ପି ନିର୍ଧେଶ ପରେ କୁଜଙ୍ଗ ପୋଲିସ କି କାର୍ଯ୍ୟାନୁଷ୍ଠାନ ନେଉଛି ଓ କି ପ୍ରକାର ନ୍ୟାୟ ପ୍ରଦାନ କରୁଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ