ତ୍ରିତୋଲ ବିଧାୟକ ଙ୍କ ନାମରେ ଅପପ୍ରଚାର କରୁଥିବା ବ୍ୟକ୍ତି ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଦାବି କରି S P. ଙ୍କୁ ଦାବିପତ୍ର ପ୍ରଦାନ

(ତ୍ରିତୋଲ ବିଧାୟକ ଙ୍କ ନାମରେ ଅପପ୍ରଚାର କରୁଥିବା ବ୍ୟକ୍ତି ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଦାବି କରି S P. ଙ୍କୁ ଦାବିପତ୍ର ପ୍ରଦାନ )


ଜଗତସିଂହପୁର
ତା =25/2/23

ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ନାମରେ ବିରୋଧୀମାନଙ୍କ ପକ୍ଷରୁ ବ୍ୟାପକ ଅପନିନ୍ଦା ଓ ଅପପ୍ରଚାର କରାଯାଉଥିବାରୁ ଏହାକୁ ବିରୋଧ କରି ତିର୍ତ୍ତୋଲ ବିଜୁ ମହିଳା ଜନତା ଦଳ ପକ୍ଷରୁ ଏକ ପ୍ରତିନିଧି ଦଳ ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି | ଆଗକୁ ଯଦି ଏଭଳି ଅପପ୍ରଚାର ଓ ଅପନିନ୍ଦା କରାଯାଇ ବିଧାୟକଙ୍କୁ ନିନ୍ଦିତ କରାଯାଏ ତେବେ ଜିଲ୍ଲା ଏସପିଙ୍କୁ ଏଥିପ୍ରତି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଏହି ପ୍ରତିନିଧି ଦଳରେ ରଘୁନାଥପୁର ବ୍ଲକ ଅଧ୍ୟକ୍ଷା ଲଷ୍ମୀପ୍ରିୟା ବେହେରା , ରଘୁନାଥପୁର ବ୍ଲକ ମହିଳା ବିଜୁ ଜନତାଦଳ ସଭାପତି ଶାନ୍ତିଲତା ଦ୍ବିବେଦୀ ,ବିଜୁ ଯୁବଜନତା ଦଳ ଜିଲା ସମ୍ପାଦକ ତୁଷାରକାନ୍ତ ବିଶ୍ୱାଳ ପ୍ରମୁଖ ଏସପିଙ୍କୁ ସାକ୍ଷାତକରି ଅଭିଯୋଗପତ୍ର ପ୍ରଦାନ କରିବା ସହ ବିଧାୟକଙ୍କ ବିରୁଦ୍ଧରେ ଅପପ୍ରଚାର ଚଳାଉଥିବା ବିରୋଧୀ ଦଳ ର କର୍ମକର୍ତା ଏବଂ ସାମାଜିକ କର୍ମୀ ଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଥିଲେ ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update