ଉଖୁଣ୍ତାଢିପାସାହିରେ ଜଳସଂଙ୍କଟ,ସାଇକେଲରେ ପାଣି ବହୁ ଛନ୍ତି ବାସିନ୍ଦା

ଉଖୁଣ୍ତାଢିପାସାହିରେ ଜଳସଂଙ୍କଟ,ସାଇକେଲରେ ପାଣି ବହୁ ଛନ୍ତି ବାସିନ୍ଦା • ଯନ୍ତ୍ରଣା ଦାୟକ ହେଉଛି ପାଣି,ତୃଷ୍ଣା ମେଣ୍ଟାଇବା ୨କିଲୋମିଟ ଯାତ୍ରା •ସ୍ନାନ ପାଇଁ ମଧ୍ୟ ଲାଗି ରହିଛି ସମସ୍ୟା

କେନ୍ଦୁଝର,୨୫ା୨: ଜଳ ହିଁ ଜୀବନ । ଜଳ ବିନା ମଣିଷ ବଞ୍ଚି ପାରିବ ନାହିଁ ।ମାତ୍ର ଦେଶ ସ୍ବାଧିନତାର ୧୯୪୭ ବର୍ଷ ମଧ୍ୟରେ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଉଖୁଣ୍ତା ପଞ୍ଚାୟତ ଉଖୁଣ୍ଟା ୯ନମ୍ବର ୱାର୍ଡ ଢିପାସାହିରେ ଜଳ ସଂଙ୍କଟ ଲାଗି ରହିଛି । ସରକାର କେତେକ’ଣ ଯୋଜନା କରି ସାଧାରଣ ଲୋକଙ୍କୁ ସୁବିଧା ଯୋଗାଇ ଦେଉଥିବାବେଳେ ସାହିରେ ଆଜି ପର୍ଯ୍ୟନ୍ତ ସ୍ବଚ୍ଛଳ ଜଳ ସୁବିଧା ହୋଇ ପାରିନାହିଁ । ଫଳରେ ଏଠାରେ ବସବାସ କରୁଥିବା ପ୍ରାୟ ୪ଶହ ଜନ ସାଧାରଣ ଙ୍କୁ ପାଣି ନିଅଣ୍ଟ ହେଉଥିବାବେଳେ ୨କିଲୋମିଟର ଦୂରାନ୍ତରୁ ସାଇକେଲ ଯୋଗେ ଗାେରା ସାହାର୍ଯ୍ୟରେ ପାଣି ଆଣୁଥିବା ଘଟଣା ଦେଖିବାକୁ ମିଳିଛି । ପାଣିର ଘୋର୍ ଅଭାବ ଯୋଗୁଁ ଶିବ ଚରଣ ନାଏକ ତିନଟି ଗୋରା ଧରି ସାଇକେଲ ରେ ପାଣି ଆଣୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସାହିରେ ଥିବା ପୋଖରୀ ଗୁଡିକ ଉନ୍ନତି କରଣ କରାଯାଉନଥିବାରୁ ଖରାଦିନରେ ପାଣି ଶୁଖି ଯାଉଛି । ବସୁଧା କିମ୍ବା ସରାର ଚାଳିତ ପାଣି ସୁବିଧା ନଥିବାରୁ ଘୋରଇ ରୋଷେଇ ବାସ,ମଣିଷ,ଗାଈ,ଗରୁ ଆଦି ପାଣି ଟପେ ପିଇବା ପାଇଁ ଯନ୍ତ୍ରଣା ଭଗୁଛନ୍ତି । ତେବେ ବାସିନ୍ଦା ଙ୍କ ଅଭିଯୋଗ ଅନୁସାରେ,ଗ୍ରାମରେ ବନ୍ଧ ପୋଖରୀ ରହିଥିବାବେଳେ ଏବେ ଠାରୁ ଖରାରେ ପାଣି ଶୁଖିଗଲାଣି । ଏଣୁ ପାଣି ପାଇଁ ବସିନ୍ଦା କଷ୍ଟ ଭଗୁଛନ୍ତି । ଏହି ସମସ୍ୟା ପାଇଁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ନୟାନ୍ତ ହୋଇଯାଇଥିଲେହେଁ କୈାଣସି ସୁଫଳ ମିଳୁନାହିଁ । ସମସ୍ୟା ଭିତରେ ଉଖୁଣ୍ତା ଗ୍ରାମବାସୀ କାଳତିପାତ କରୁଥିବା ଜଣାପଡିଛି । ଏଣୁ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଇଛି । ଜିଲ୍ଲାପାଳ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି ।

କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ଶହ ରତି ରଞ୍ଜନ ବାରିକ୍ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update