ଦମାଘାଟି ଠାରେ ପୋଢ଼ ମରା ପର୍ବ ଅନୁଷ୍ଠିତ
ଲାଞ୍ଜିଗଡ ବ୍ଲକ୍ ଆଦିବାସୀ ମାନେ ନିଜର ଧରାଣୀପେନୁକୁ କେଉଁ ପୁରାତନ କାଳରୁ ପୂଜା କରିଆସୁଛନ୍ତି l ପ୍ରକୃତ ପୂଜା ଉପରେ ସେମାନେ ବିଶ୍ୱାସ କରୁ ଥିବାବେଳେ ବାର ମାସରେ ତେର ପରଵ ପାଳନ କରିଥାନ୍ତିl ଏଥିରୁ ନିଆରା ପରମ୍ପରା ଟୋକି ମରା ବା ପୋଢ଼ମାର ପର୍ବ l ଏହି ପର୍ବ ପୌଷ ମାସରେ ହିଁ ପାଳନ କରିଥାନ୍ତି ସେହି ଭଲି ଆଜି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତ ଦମାଘାଟି ଗ୍ରାମ ଠାରେ l ଆଜି ଶାନ୍ତି ଶୃଙ୍ଖଳାର ସହିତ ପୋଢ଼ ମରା ପର୍ବ ଉଦଯାପିତ ହୋଇଯାଇଛି। ଏନେଇ ଦମାଘାଟି ଗାଁ ଉତ୍ସବ ମୁଖର ହୋଇଉଠିଛି। ଏହି ଅବସରରେ ଗାଁର ଧରଣୀପେନୁ ଦେବି ସମେତ ସମସ୍ତ ଦେବାଦେବୀ ଙ୍କ ଶକ୍ତି ପୀଠ୍ ଗୁଡ଼ିକରେ ରିତିନୀତି ଅନୁଯାୟୀ ପାଠ ପୂଜା କରାଯାଇଛି। ଏଥିରେ ଯାହାକି କୁକୁଡ଼ା, ଘୁଷୁରୀ, ଛେଳି, ପୋଢ, ଭଳି ଅନେକ ଗୃହପାଳିତ ପଶୁ ପକ୍ଷୀ ମାନଙ୍କୁ ବଳି ଦିଆଯାଇଥିଲା।ଲୋକଙ୍କ ବିଶ୍ୱାସ ଯେ ପଶୁ ବଳି ଦେବା ଦ୍ଵାରା ଗାଁ ର ରୋଗଶୋକ ଦୂର ହେବା ସହ ପୋଡୁ ଚାଷ ତଥା କ୍ଷେତରେ ଭଲ ଫସଲ ଅମଳ ହୁଏ ବୋଲି ସେମାନଙ୍କ ବିଶ୍ୱାସ ରହିଛି lଏ ନେଇ ଯାନୀ ମଦନ୍ନ ମାଝୀ ପାଠ ଯାନୀ ଧାନଭୋଇ ମାଝୀ ଙ୍କ ସମେତ ଗାଁ ମୁଖ୍ୟ ସାଦନି ମାଝୀ ରିତନିତ ଅନୁସାରେ ପୂଜାର୍ଚନା କରିଥିଲେ ବେଳେ ଆଦିବାସୀ ଙ୍କ ଶୋଳପ ନିଶାନ ବିର ବାଦ୍ୟରେ ଗାଁ ଟି ଗର୍ଜିଉଠୁଛି। ଏଥିରେ ଆଖ ପାଖ ଗାଁ ର ଶହଶହ ପୁରୁଷ ଓ ମହିଳା ଏକତ୍ରିତ ହୋଇ ପର୍ବଟିକୁ ପାଳନ କରିବା ସହିତ ଉପଭୋଗ କରିଥିଲେ lଏହି ପୋଢ଼ ମରାପର୍ବ କୁ ଦମାଘାଟି ଯୁବ ଗୋଷ୍ଠୀ ସାହାଯ୍ୟ ସହଯୋଗ କରିଥିଲେ ।
କଳାହାଣ୍ଡିରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ।