ମା ’ ତାରିଣୀଙ୍କ ୪ର୍ଥ ବାର୍ଷିକୋତ୍ସବ

ମା ’ ତାରିଣୀଙ୍କ ୪ର୍ଥ ବାର୍ଷିକୋତ୍ସବ


ଢେଙ୍କାନାଳ , ୨୬୨ : ଢେଙ୍କାନାଳ ସହରସ୍ଥିତ ଶାସନ ଛକ ନିକଟରେ ଥିବା ମା ’ ତାରିଣୀଙ୍କର ୪ର୍ଥ ବାର୍ଷିକୋତ୍ସବ ପାଳିତ ହୋଇଯାଇଅଛି । ଗତକାଲି ୨୫ ତାରିଖ ସକାଳ ୮ ଘଟିକା ସମୟରେ ସ୍ଥାନୀୟ ଭାଗିରଥୀ ସାଗରରୁ ୧୦୮ରୁ ଉର୍ଦ୍ଧ୍ବ ମହିଳାମାନେ କଳସ ଧାରଣକରି ସହରର ମୁଖ୍ୟ ରାସ୍ତା ଦେଇ ମା’ଙ୍କ ମନ୍ଦିରରେ ପହଁଚି କଳସ ସ୍ଥାପନ କରିଥିଲେ । ପରେ ମା’ଙ୍କର ଅଧିବାସ ପୂଜା ଅନୁଷ୍ଠିତ ହୋଇଥିଲା । ଅଦ୍ୟ ୨୬ ତାରିଖରେ ମା ’ ଙ୍କର ସୂର୍ଯ୍ୟପୂଜା , ଷୋଡଶ ଉପଚାର ପୂଜା , ମଣ୍ଡଳ ପୂଜା , ଚଣ୍ଡୀ ପାଠ , ପଣା ଭୋଗ ଓ ଅନ୍ୟାନ୍ୟ ଭୋଗ ଲାଗି ସହିତ ୧୦୮ ଆଳତୀ ଲାଗି କରାଯାଇଥୁଲା । ଅପରାହ୍ନ ସାଢେ ୩ ଘଟିକା ସମୟରେ ପୂର୍ଣ୍ଣାହୁତି ଓ ପ୍ରସାଦସେବନ ଅନୁଷ୍ଠିତ ହେବ । ପୂଜକ ଲିଙ୍ଗରାଜ ପତି ସମସ୍ତ ପୂଜାବିଧ କରିଥିବାବେଳେ କର୍ତା ସତ୍ୟାନନ୍ଦ ବେହେରା , କର୍ତୀ ସୁଲୋଚନା ବେହେରା , ସଭାପତି ଶରତ କୁମାର ବେହେରା , ସଂପାଦକ ନକୁଳ ବେହେରା ଏବଂ କର୍ମକର୍ତା ଲକି ବେହେରା , ଦିଲ୍ଲୀପ ବେହେର , ସମୀର ବେହେରା , କୁନୁ ସାହୁ , ଲକ୍ଷ୍ମୀକାନ୍ତ ବେହେରା , ଅବୋଧ ସମଲ , ରବି ସାହୁ , ଶରତ ମହାନ୍ତି ଓ ଟୁନା ବେହେରା ପ୍ରମୁଖ ପୂଜାକୁ ସହଯୋଗ କରି ସଫଳ କରାଇଥିଲେ ।

Recent Post

Live Cricket Update

× How can I help you?