ଅବକାରୀ ଗୁଇନ୍ଦା ବିଭାଗର ଚଢ଼ାଉ, ପିକଅପ ଭେନରୁ ୪୦୦ କେଜି ଗଞ୍ଜେଇ ଜବତ ସହ ଦୁଇ ଗିରଫ

ଅବକାରୀ ଗୁଇନ୍ଦା ବିଭାଗର ଚଢ଼ାଉ, ପିକଅପ ଭେନରୁ ୪୦୦ କେଜି ଗଞ୍ଜେଇ ଜବତ ସହ ଦୁଇ ଗିରଫ

ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ
ଗୁଇନ୍ଦା ବିଭାଗର ଏକ ଟିମ ଅବକାରୀ ଅଧିକାରୀ ଗୀତାଞ୍ଜଳି ସାହୁଙ୍କ ନେତୃତରେ ଦିଗପହଣ୍ଡି ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା
ସମୟରେ ମହୁରୀ କାଳୁଆ ଛକ ଠାରେ ଏକ ପିକଅପ ଭେନ ଉପରେ ନଜର ପଡିଥିଲା. ଅବକାରୀ ଟିମ ପିକଅପ ଭେନଟି କୁ ଅଟକାଇବା ସମୟରେ ଭେନର
ଡ୍ରାଇଭର ଗାଡିଟି କୁ ଛାଡି ଫେରାର ହେବା ପାଇଁ ଚେଷ୍ଟା କରିଥିଲେ . ଯାହା ଫଳରେ ଅବକାରୀ ବିଭାଗର ସନ୍ଦେହ ବଢିଥିଲା. ଅବକାରୀ ବିଭାଗ ଗାଡିଟିକୁ ଜବତ କରି 400କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣକୁ ଗିରଫ କରିଛନ୍ତି. ଗିରଫ ଦୁଇଜଣ ଅଭିଯୁକ୍ତ ହେଲେଦିଗପହଣ୍ଡି ପାଟପୁର ଅଞ୍ଚଳର ସନ୍ତୋଷ ସାହୁ ଓ ରାଧାକାନ୍ତ ସାହୁ. ଏହି ଗଞ୍ଜେଇ ଅନୁମାନିକ ମୂଲ୍ୟ ପ୍ରାୟ ୫୦,୦୦୦୦୦ ହେବ.ଏକରସୁଣ ବସ୍ତାରେ ଭର୍ତ୍ତି କରି ଗଜପତି ରୁ ଭୁବନେଶ୍ୱର କୁ ଚାଲଣ କରୁଥିଲେ.

Recent Post

Live Cricket Update