ମାର୍ଚ୍ଚ ୧୫ତାରିଖରୁ ଷ୍ଟେରିଂଛାଡିବେ ଡ୍ରାଇଭର, ଏନେଇ ଓଡିଶା ଡ୍ରାଇଭର ମହାସଂଘର ବୈଠକ

ମାର୍ଚ୍ଚ ୧୫ତାରିଖରୁ ଷ୍ଟେରିଂଛାଡିବେ ଡ୍ରାଇଭର, ଏନେଇ ଓଡିଶା ଡ୍ରାଇଭର ମହାସଂଘର ବୈଠକ

୨୬/୦୨/୦୨୩ – ଓଡିଶା ଡ୍ରାଇଭର ମହାସଂଘର ଜିଲ୍ଲା ସଭାପତି ଲକ୍ଷ୍ମୀଧର କବିଙ୍କ ନେତୃତ୍ବରେ ରବିବାର ଅନୁଗୋଳ ଜିଲ୍ଲା ପକ୍ଷରୁ ଜରପଡା ନିକଟସ୍ଥ ମୁଣ୍ଡା ସାହିଠାରେ ଓଡିଶା ଡ୍ରାଇଭର ମହାସଂଘର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି ମୁଖ୍ୟଅତିଥି ଭାବେ ଯୋଗଦେଇ ଡ୍ରାଇଭର ଭାଇମାନଙ୍କ ସହ ବିଭିନ୍ନ ଆଲୋଚନା କରିବା ସହ ଦୀର୍ଘ ଦିନରୁ ସଂଘ ପକ୍ଷରୁ ଦିଆଯାଇଥିବା ୯ ଦଫା ଦାବିକୁ ରାଜ୍ୟ ସରକାର ପୁରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ହେଁ, ହେଲେ ଆଜି ପର୍ଯ୍ୟନ୍ତ ସରକାର ଏହାର କୌଣସି ପଦକ୍ଷେପ ନେଇନାହାନ୍ତି , ଯାହାଫଳରେ ଆଗାମୀ ମାର୍ଚ୍ଚ ମାସ ୧୫ତାରିଖ ଦିନଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟ ସାରା ସମସ୍ତ ଡ୍ରାଇଭର ସଦସ୍ୟ ଷ୍ଟେରିଂଛାଡି ଧାରଣାରେ ବସିବେ ବୋଲି ବୈଠକରେ ଆଲୋଚନା କରିଥିଲେ । ନିଜର ସମ୍ମାନ ଆଉ ହକ ପାଇଁ କିଛି ବି କରିପାରିବେ ଯଥା ନିଜର ଜୀବନକୁ ମଧ୍ୟ ଦେବାକୁ ପଡଲେ ପଛ ଘୁଂଚା ଦେବେ ନାହିଁ ବୋଲି ବୈଠକରେ ମତପ୍ରକାଶ କରିଥିଲେ । ପଞ୍ଚାୟତ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଅନୁଗୋଳ ଜିଲ୍ଲାର ପ୍ରାୟ ଦୁଇ ହଜାର ରୁ ଅଧିକ ଡ୍ରାଇଭର ସଦସ୍ୟ ଏଥିରେ ଯୋଗ ଦେଇଥିଲେ ।

Recent Post

Live Cricket Update