ଓଡିଶା ପତ୍ରକାର ସଙ୍ଘର ରାଜ୍ୟ କାଯ୍ୟକାରିଣୀ ବୈଠକ ଓ ଆଲୋଚନାଚକ୍ର ଅନୁଷ୍ଠିତ

ଓଡିଶା ପତ୍ରକାର ସଙ୍ଘର ରାଜ୍ୟ କାଯ୍ୟକାରିଣୀ ବୈଠକ ଓ ଆଲୋଚନାଚକ୍ର ଅନୁଷ୍ଠିତ

ପୁରୀ (ଜାଗ୍ରତ ଭାରତ ନ୍ୟୁଜ୍)

– ଓଡିଶା ପତ୍ରକାର ସଙ୍ଘର ରାଜ୍ୟ କାଯ୍ୟକାରିଣୀ ଓ ଆଲୋଚନାଚକ୍ର ପୁରୀ ୟୁଥ ହଷ୍ଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ନେତା-ପ୍ରଶାସକ ଓ ସାମ୍ବାଦିକ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି lମୁଖ୍ୟଅତିଥି ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ବ୍ରଜ କିଶୋର ତ୍ରିପାଠୀ ଯୋଗ ଦେଇ ଗଣତନ୍ତ୍ରର ଚାରୋଟି ସ୍ତମ୍ଭ ଉପରେ ମତ ରଖିବା ସହ ସାମ୍ବାଦିକ ମାନଙ୍କ ସମସ୍ୟା ଓ ସରକାରୀ ଅବହେଳା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ପୁରୀ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ, ଶ୍ରମିକ ନେତା ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ପରିଡା,ପୁରୀ ଜିଲ୍ଳା ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଶୁଭାଶିଷ ଖୁଣ୍ଟିଆ, ପୂର୍ବତଟ ରେଳପଥର ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ନିରାକାର ଦାସ,ଦୈନିକ ଓଡ଼ିଆ ଖବର କାଗଜ “ପ୍ରିୟ ଖବର”ର ସମ୍ପାଦକ ଶ୍ରୀଯୁକ୍ତ ରାଜ କିଶୋର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅନୁପମା ଦାସ, ସସ୍ମିତା ମଲ୍ଲିକ ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କ ସୁରକ୍ଷା, ପେନସନ ଓ ବୀମା ରାଶି ବୃଦ୍ଧି ସମ୍ପର୍କରେ ମତ ରଖି ଥିଲେ ।

ସଙ୍ଘର ପ୍ରତିଷ୍ଠାତା ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସଭାରେ ରାଜ୍ୟ ସଭାପତି ଅବିନାଶ ମିଶ୍ର ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ l ସଙ୍ଘର ରାଜ୍ୟ ଉପ-ସଭାପତି ଶ୍ରୀଯୁକ୍ତ ହରପ୍ରସାଦ ଦାସ ସଂଯୋଜନା କରିଥିଲେ l ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ରାମଦାସ ଲିମା କାଯ୍ୟକାରିଣୀ ବୈଠକ ସମ୍ପର୍କରେ ମତ ରଖି ଥିବା ବେଳେ ପୁରୀ ଜିଲ୍ଲା ସମ୍ପାଦକ ଶଙ୍କର ବେହେରା ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲ l

ଆଜିର ଦିନରେ ଅନୁଷ୍ଠିତ ଏହି ସଭାରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ସାମ୍ବାଦିକଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ପୁରୀ ଜିଲ୍ଲା ସଭାପତି ବିଜୟ କୁମାର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । ଏହି କାଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଙ୍ଘର ପ୍ରତିନିଧି ଯୋଗ ଦେଇଥିଲେ ।

Recent Post

Live Cricket Update