(:ଓଷ୍ଟା ପକ୍ଷରୁ ଦଶମ ସମ୍ବିଧିନିକ ସମ୍ମିଳନୀ ଅନୁଷ୍ଠିତ )
ଜଗତସିଂହପୁର
ତା =27/2/23
:ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ଜଗତସିଂହପୁର ଜିଲ୍ଲା ପକ୍ଷରୁ ଦଶମ ସାମ୍ବିଧାନିକ ସମ୍ମିଳନୀ ଓ ଗୁଣାତ୍ମକ ଶିକ୍ଷା ଏକ ଆହ୍ୱାନ ଓ ସୁଯୋଗ ଶୀର୍ଷକ ଆଲୋଚନାଚକ୍ର ଅଳସୁଧା ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସଭାପତି ନିରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପୁର୍ବତନ ସମ୍ପାଦକ ବରିଷ୍ଠ ଶିକ୍ଷାବିତ ନିକୁଞ୍ଜ କିଶୋର ବେହେରା ଉଦଘାଟନ କରିଥିଲେ।ଜିଲ୍ଲା ଓ ରାଜ୍ୟ ଓଷ୍ଟା ସଂଘର ବରିଷ୍ଠ କର୍ମକର୍ତ୍ତା ମଧୁସୂଦନ ଦେ | ବିନାୟକ ପରିଡା | ଭିକାରୀ ଚରଣ ସାହୁ | ଅଶୋକ କୁମାର ମହାପାତ୍ର | ସ୍ମୃତି ରଞ୍ଜନ ପରିଜା |ଜଗତସିଂହପୁର ବ୍ଲକ ଉପାଧକ୍ଷ ରତିରଞ୍ଜନ ବେହେରା |ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କୃତି ଶିକ୍ଷକ ଶରତଚନ୍ଦ୍ର ବାରିକ |ବସନ୍ତ କୁମାର ଦାସ ପ୍ରମୁଖ ଆଲୋଚନାରେ ଭାଗନେଇ ଗୁଣାତ୍ମକ ଶିକ୍ଷା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସଦାସର୍ବଦା ଯତ୍ନବାନ ଅଛନ୍ତି।ସରକାର ଶିକ୍ଷକ ମାନଙ୍କ ମଧ୍ୟରେ ବର୍ଗିକରଣ ସୃଷ୍ଟି କରିବା ସହ ଉପଯୁକ୍ତ ଭିତିଭୂମି ପ୍ରସ୍ତୁତିରେ ପାତରଅନ୍ତର କରିବା ଆଦି ବିଭିନ୍ନ ସମାସ୍ୟା ଗୁଣାତ୍ମକ ଶିକ୍ଷାରେ ବାଧ୍ୟକ ସୃଷ୍ଟି କରୁଥିବା ଆଲୋଚନା କରିଥିଲେ।ସରକାରଙ୍କ ପରୀକ୍ଷା ପ୍ରଣାଳୀ ଓ ଅନୁକରଣୀୟ ଶିକ୍ଷା ବ୍ୟବସ୍ଥା ଯୋଗୁଁ ସମାସ୍ୟା ସୃଷ୍ଟି ହେଉଥିବା କେତେକ ଶିକ୍ଷକ ଆଲୋଚନା କରିଥିଲେ।ରାଜ୍ୟରେ ଅନୁଦାନ ପାଇବାକୁ ଯୋଗ୍ୟ ସମସ୍ତ ହାଇସ୍କୁଲକୁ ସରକାର ଅନୁଦାନ ଯୋଗାଇଦେବା ସହ ଶିକ୍ଷକ ମାନଙ୍କ ବିଭିନ୍ନ ସମାସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କ ସହ ଓଷ୍ଟା ଆଲୋଚନା କରି ସମାଧାନ କରାଯିବ ବୋଲି କର୍ମକର୍ତ୍ତା ପ୍ରକାଶ କରିଥିଲେ।ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ଜଗତସିଂହପୁର ଓଷ୍ଟା ଜିଲ୍ଲା ସଂଘର କର୍ମକର୍ତ୍ତା ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା।ବରିଷ୍ଠ ଶିକ୍ଷକ ନାରାୟଣ ସାହୁ ସଭାପତି, ଅମୂଲ୍ୟ କୁମାର ମିଶ୍ର କାର୍ଯ୍ୟକାରୀ ସଭାପତି, ସମ୍ପାଦକ ନାରାୟଣ ଚନ୍ଦ୍ର ବାରିକ ଓ ଅନ୍ୟ କର୍ମକର୍ତ୍ତା ଚୟନ କରାଯାଇଥିଲା।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
: