ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ ।
କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ବାର ବ୍ଲକ ଅନ୍ତର୍ଗତ ଜରିପଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପଞ୍ଚାୟତ ଡ୍ରାଇଭର ମହାସଂଘ ର ଟାଙ୍ଗୀ ବ୍ଲକ ଉପସଭାପତି ସଞ୍ଜୟ ପ୍ରଧାନ ଙ୍କ ନେତୃତ୍ବରେ ସତୁରି ରୁ ଉର୍ଦ୍ଧ୍ବ ଡ୍ରାଇଭର ଯୋଗଦେଇ ରାଜ୍ୟ ସରକାରଙ୍କ ପୂର୍ବରୁ ସମସ୍ୟା ଗୁଡିକ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମଳିପାରିଲା ନାହିଁ ଯାହା କୁ ଡ୍ରାଇଭର ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବା ସହ ଆସନ୍ତା ମାର୍ଚ୍ଚ ୧୫ ତାରିଖ ରେ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ ସାମିଲ୍ ହେବାକୁ ସମସ୍ତ ଡ୍ରାଇଭର ମାନଙ୍କୁ ଆହ୍ବାନ ଦିଆଯାଇଛି। ରାଜପଥରେ ସମ୍ପର୍ଣ୍ଣ ଭାବେ ଗାଡି ଚାଳବନ୍ଦ ରହିବ ଯେଉଁ ପର୍ଯ୍ୟନ୍ତ ସରକାର ଦାବି ନ ଶୁଣିବେ ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଚିତ୍ତରଞ୍ଜନ ସ୍ୱାଇଁ,ଉପସଭାପତି କିଶୋର ସାହୁ, ସମ୍ପାଦକ ଲଳିତ ମୋହନ ଦାସ,ସହ ସମ୍ପାଦକ ସେକ ରଫିକ,ଉପଦେଷ୍ଟା ସୌଭାଗ୍ୟ ଷଡ଼ଙ୍ଗୀ ସମେତ ବହୁ ଡ୍ରାଇଭର ଉପସ୍ଥିତ ରହିଥିଲେ ।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍।