ଚୌଦ୍ଵାର ମଦ୍ରସା ଗୁଲସନ ଏ ଇସ୍‌ଲାମ୍ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଚୌଦ୍ଵାର ମଦ୍ରସା ଗୁଲସନ ଏ ଇସ୍‌ଲାମ୍ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

କଟକ ଜିଲ୍ଲା ଟାଙ୍ଗୀ- ଚୌଦ୍ଵାର ବ୍ଲକ ଅନ୍ତର୍ଗତ ଚୌଦ୍ଵାର ରୂପଯାତ୍ରା ପଡ଼ିଆ ସ୍ଥିତ ମଦ୍ରସା ଗୁଲସନ ଏ ଇସ୍‌ଲାମ୍ ଠାରେ ଫ୍ରେବୁଆରି ୨୭ ତାରିଖ ସୋମବାର ଦିନ ସକାଳ ୧୦ ଘଟିକା ଠାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଚକ୍ଷୁ ଚିକିତ୍ସାଳୟ କେୟାର ନେତ୍ରମ୍ ଆନୁକୁଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ର ଆୟୋଜନ କରାଯାଇଥିଲା । ସୌଜନ – ଚୌଦ୍ଵାର ମଦ୍ରସା ଗୁଲସନ ଏ ଇସ୍‌ଲାମ୍ , ଚିକିତ୍ସାଳୟ ଆସିଥିବା ହସ୍ପିଟାଲ ଉନ୍ନୟନ ଅଧିକାରୀ … ଡକ୍ଟର ସୁମିତ୍ରା ଭଦ୍ର ଙ୍କ ସହ ତାଙ୍କ ସହଯୋଗୀ ଶିବିରରେ କର୍ମରତ ଥିଲେ। ଚକ୍ଷୁ ପରୀକ୍ଷା ପାଇଁ ୧୦୦ରୁ ଉର୍ଦ୍ଧ ଜଣ ନାମ ପଞ୍ଜିକରଣ କରିଥିଲେ। ୧୩ ଜଣଙ୍କୁ ମୋଡିଆବିନ୍ଦୁ ଚିହ୍ନଟ କରି ମାଗଣା ଅସ୍ତ୍ରୋପଚାର ପାଇଁ ମେଡିକାଲକୁ ଆମ୍ବୁଲାନ୍ସ ଗାଡି ଯୋଗେ ପଠାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଏସ୍ କେ. ସାଜିଦ୍ ଚାନ୍ଦ, ସହ ସମ୍ପାଦକ ନାସିମ୍ ଉଦ୍ଦିନ୍ନ ଖାଁ, ମଦ୍ରସା ସମ୍ପାଦକ ଏସ୍ କେ ସବିର୍ ଉଦ୍ଦିନ୍ନ ଙ୍କ ସହ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ଚୌଦ୍ୱାର ରୁ ପବିତ୍ର କୁମାର ମହାନ୍ତି ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ ।

Recent Post

Live Cricket Update