ବଳରାମପ୍ରସାଦ ସିଦ୍ଧେଶ୍ଵର ଓ ଐଶାନେଶ୍ୱର ମନ୍ଦିର ରୁ ସୁନା ଗହଣା ଚୋରି ହୁଣ୍ଡି ଭାଙ୍ଗି ଲୁଟି ନେଲେ ଦୁର୍ବୃତ୍ତ

ବଳରାମପ୍ରସାଦ ସିଦ୍ଧେଶ୍ଵର ଓ ଐଶାନେଶ୍ୱର ମନ୍ଦିର ରୁ ସୁନା ଗହଣା ଚୋରି ହୁଣ୍ଡି ଭାଙ୍ଗି ଲୁଟି ନେଲେ ଦୁର୍ବୃତ୍ତ

ଅନୁଗୋଳ ଜିଲ୍ଲା : ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ସିଦ୍ଧେଶ୍ଵର ଓ ଐଶାନେଶ୍ୱର ମନ୍ଦିରରୁ ଆଜି ମଧ୍ୟ ରାତ୍ରି ରେ ଚୋରି । ସୂଚନା ମୁତାବକ ବଳରାମପ୍ରସାଦ ସିଦ୍ଧେଶ୍ଵର ଓ ଐଶାନେଶ୍ୱର ମନ୍ଦିର ରୁ ବିଗତ ଦିନରେ ଚୋରି ହୋଇଥିଲା ଓ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରେ ମନ୍ଦିର କମିଟିର ସଦସ୍ୟ ମାନେ ଏକ ମିଟିଙ୍ଗ କରି ମନ୍ଦିରର ଚାରିପାଖରେ CCTV କ୍ୟାମେରା ଲଗାଇଥିଲେ ହେଲେ କ୍ୟାମେରା କୁ ଖାତିରି ନକରି ପୁଣି ଆଜି ରାତିରେ କୌଣସି ଦୁର୍ବୁର୍ତ ଚୋରି କରି ନେଇଛନ୍ତି । CCTV ରେ କଏଦ୍ ହୋଇ ଥିବା ଚୋରି ର ଭିଡିଓ ମେସିନ୍ ତାସହିତ ମା ଦୁର୍ଗାଙ୍କ ସୁନା ଗହଣା , ତିନୋଟି ହୁଣ୍ଡିର ଲକ୍ଷାଧିକ ଟଙ୍କା ,ମାଇକ୍ ମେସିନ୍ ଇତ୍ୟାଦି ଲକ୍ଷାଧିକ ଟଙ୍କା ଚୁରି ହୋଇଥିବା ନାଲକୋ ଥାନ ରେ ଲିକ୍ଷିତ ଅଭିଯୋଗ କରିଛନ୍ତି ମନ୍ଦିର କମିଟିର ସଭାପତି ଚକ୍ରଧର ମହାପାତ୍ର । ତେବେ ବଳାରାମପ୍ରସାଦ ଅଞ୍ଚଳରେ ଚୋରି ରାହାଜାନି ବଢି ଚାଲି ଥିବା ବେଳେ ନାଲକୋ ପୁଲିସ ପକ୍ଷରୁ କଡା କଡି ପେଟ୍ରୋଲିଙ୍ଗ ହେଉନଥିବା ସାଧାରଣ ରେ ଚର୍ଚା ଜୋର ଧରିଛି ।

Recent Post

Live Cricket Update