ହ୍ଵାଇବା ଗାଡି ପିଟିଲା ବାଇକକୁ ବାଇକ ଅରୋହୀଙ୍କ ଗୋଡ଼ ଅକାମି

ହ୍ଵାଇବା ଗାଡି ପିଟିଲା ବାଇକକୁ ବାଇକ ଅରୋହୀଙ୍କ ଗୋଡ଼ ଅକାମି ।
ଗୋଳାମୁଣ୍ଡା
ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ବୃନ୍ଦାବାହାଲ ବିଜୁ ଏକ୍ସପ୍ରେସ ରାସ୍ତା ଉପରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି । ସୂଚନାରୁ ପ୍ରକାଶ ଯେ ଗୋଳାମୁଣ୍ଡା ପଟରୁ ବାଇକ ଚାଳକ ଧର୍ମଗଡ ଅଭିମୁଖେ ଯାଉଥିବା ବେଳେ ଧର୍ମଗଡ଼ ପଟରୁ ହ୍ଵାବା ଗାଡ଼ି ଦ୍ରୁତ ଗତିରେ ଆସୁଥିବା ବେଳେ ଉଭୟଙ୍କ ମଧ୍ୟରେ ଧକ୍କା ହେବାଫଳରେ ବାଇକ ଚାଲାକଙ୍କ ଡାହାଣ ଗୋଡ଼ ଉପରେ ମାଡିଯାଇଥିଲା । ଦୁର୍ଘଟଣା ପରେ ହ୍ଵାବା ଗାଡି ଅଟକ ନ ରଖି ଆହୁରି ଦ୍ରୁତ ଗତିରେ ଚାଲିଯାଇଥିଲା । ଘଟଣାସ୍ଥଳରେ ବାଇକ ଚାଳକଙ୍କ ଅଚେତ ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ପହଁଚି ପୋଲିସ କୁ ଜଣାଇଲେ । ଗୋଳାମୁଣ୍ଡା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ଆମ୍ବୁଲେନ୍ସ ଯୋଗେ ଧର୍ମଗଡ଼ ଉପ ଖଣ୍ଡ ଚିକିତ୍ସାଲୟକୁ ପଠାଇଥିଲେ । ବାଇକ ଚାଳକଙ୍କ ଗୋଡ଼ ସମ୍ପୂର୍ଣ୍ଣ ଅକ୍ଷମ ହୋଇଥିବା ଜଣାପଡିଛି । ଗୁରୁତର ବ୍ୟକ୍ତି ଜଣକ ହେଉଛି କଣ୍ଟାବାଞ୍ଜିର ପ୍ରମୋଦ କୁମାର ବାରିକ ବୋଲି କୁହାଯାଉଛି । ଏପଟେ ଗୋଳାମୁଣ୍ଡା ପୋଲିସ ତଦନ୍ତ ପ୍ରକ୍ରିୟା ଜାରି ରଖିଛି । ବିଜୁ ଏକ୍ସପ୍ରେସ ରାସ୍ତା ନିର୍ମାଣ କାମ ଚାଲୁଥିବାରୁ ହ୍ଵାବା ଗାଡି ଗୁଡିକ ଦ୍ରୁତ ଗତିରେ ଯିବା ଆସିବା ଏପରି ଦୁର୍ଘଟଣା ଘଟିଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି ।

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁଚନସେଠିଆ ଙ୍କ ରିପୋଟ ଜାଗ୍ରତ ଭାରତ news

Recent Post

Live Cricket Update