ଜଗତସିଂହପୁର ଜିଲ୍ଲା ପାଟରା ସମିତିର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା
)
ଜଗତସିଂହପୁର
ତା =28/2/23
ଜଗତସିଂହପୁର ଜିଲ୍ଲା ହରିହରପୂର୍ ଚକଲାର ବାର୍ଷିକ ଉତ୍ସବ ତିର୍ତ୍ତୋଲ ନିକଟସ୍ଥ ଜଡଟିରା ଲକ୍ଷ୍ମୀ ମଣ୍ଡପ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଅଛି, ଏହି ବାର୍ଷିକ ସମ୍ମିଳନୀ ରେ ବାଲିକୁଦା , କୁଜଙ୍ଗ, ଏରସମା, ତିର୍ତ୍ତୋଲ, ରଘୁନାଥପୁର , ବିରିଡ଼ି, ଜଗତସିଂହପୁର ଓ ନାଉଗାଁ ପ୍ରଭୁତି ଅଞ୍ଚଳରୁ ଶତାଧିକ ପଟରା ସମ୍ପ୍ରଦାୟର ଥାନପତି , ମୁନିବ ଓ ବିରିଷ୍ଟ କର୍ମକର୍ତ୍ତା ମାନେ ଯୋଗ ଦେଇ ଏହି ଜାତିର ଜନସାଧାରଣଙ୍କର ଆର୍ଥିକ ବିକାଶ ସହିତ ସମଗ୍ର ଜିଲ୍ଲାର ଐକ୍ୟ ଓ ଜାତି ପ୍ରିତି ସୃଷ୍ଟି କରିବା ପାଇଁ ଆହ୍ବାନ ଦିଆଯାଇଥିଲା , ପ୍ରାରମ୍ଭରେ ପ୍ରଭୁ ବଳଦେବ ଜୀଉ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ସଭା କାର୍ଯ୍ୟାରମ୍ଭ କରାଯାଇଥିଲା , ଏଥିରେ ଜିଲ୍ଲା ସଭାପତି ଶିକ୍ଷାବିତ୍ ସୁଭାଷ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି ଏହି ଜିଲ୍ଲାରେ ବସବାସ କରୁଥିବା ପାଟରା ଜାତିର ଭାଇ ମାନଙ୍କର ଅର୍ଥନୈତିକ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରିବା ସହିତ ସମସ୍ତଙ୍କର ସହଯୋଗ କାମନା କରି ଥିଲେ , ଏଥିରେ ରାଜ୍ୟ ମହାସଭାର କାର୍ଯ୍ୟକାରୀ ସଭାପତି ନାଥ ଖୁଣ୍ଟିଆ ,
ମହାସଭାର କାର୍ଯ୍ୟକାରୀ ସଭାପତି ନାଥ ଖୁଣ୍ଟିଆ , ଉପସଭାପତି ଆଲୋକ କୁମାର ସାହୁ , ମୁନିବ ପ୍ରିୟବ୍ରତ ବେହେରା , ଆଡଭୋକେଟ ବିରନାରାୟଣ ପାତ୍ର , ସମ୍ପାଦକ ନିରଂଜନ ପରିଡ଼ା , ସନ୍ତୋଷ କୁମାର ବେହେରା , କୈଳାସ ଚନ୍ଦ୍ର ସାହୁ , ନିତ୍ୟାନନ୍ଦ ପାତ୍ର, ଶିବ ପ୍ରସାଦ ପାତ୍ର , ସୁଦର୍ଶନ ପରିଡ଼ା , ପ୍ରସନ୍ନ କୁମାର ବେହେରା , ପରୀକ୍ଷିତ ସାହୁ , କ୍ଷୀରୋଦ ବୈଶାଖ , ଅଲେଖ ଖୁଣ୍ଟିଆ , ଅଭିରାମ ସେନ , ସାରଦା ପୃଷ୍ଟି । ଶେଷରେ ସୁଧାଂଶୁ ଶେଖର ପୃଷ୍ଟି ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ