(ଇଚ୍ଛାପୁର ଠାରେ ବାଣ ଗୋଦାମ ରେ ନିଆଁ ଲାଗି ୩ ମୃତ୍ୟୁ ୨ ଗୁରୁତର )
ଜଗତସିଂହପୁର
ତା =28/2/23
ବାଲିକୁଦା ଥାନା ଅନ୍ତର୍ଗତ ଇଚ୍ଛାପୁର ସ୍ଥିତ ଏକ ସରକାରୀ ସ୍ୱୀକୃତି ପ୍ରାପ୍ତ ବାଣ ଗୋଦାମ କାରଖାନା ରେ ନିଆଁ ଲାଗିଯିବ ଦ୍ଵାରା ବାଣ ତିଆରି କରିଥିବା ଇଚ୍ଛାପୁର ଗ୍ରାମର ଦିଲ୍ଲୀପ ମହାନ୍ତି | ସୁଶାନ୍ତ ପୃଷ୍ଟି ଗୋପାଳପୁର ଗ୍ରାମର ବୁଲୁ ଦାସ ଙ୍କ ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି | ଆଉ ୨ ଜଣ ଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ SCB ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି | ତେବେ ଏହି ପାଞ୍ଚ ଜଣ କର୍ମଚାରୀ ବାଣ ତିଆରି କରୁଥିବା ବେଳେ ବିସ୍ପୋରଣ ଘଟିଥିଲା | ଏହି ବିସ୍ପୋରଣ ରେ ଘର ଦ୍ଵାରା ସମ୍ପୂର୍ଣ ଭାଙ୍ଗି ଯିବା ସହିତ ୩ ଜଣଙ୍କ ର ମୃତ୍ୟୁ ଘଟିଥିବା ଖବର ପାଇଁ ଘଟଣା ସ୍ଥଳରେ ବାଲିକୁଦା ଥାନା ଅଧିକାରୀ, ତହସିଲଦାର ଘଟଣା ର ଅନୁସନ୍ଧାନ ଜାରି ରଖିଛନ୍ତି | ଏଥିନେଇ ଉକ୍ତ ଆଞ୍ଚଳ ରେ ଭୟ ର ବାତାବରଣ ଦେଖା ଦେଇଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ