ମୋ ବ୍ଲକ ମୋ ଢେଙ୍କାନାଳ ସମୀକ୍ଷା ବୈଠକ ଅନୁଷ୍ଠିତ
ଢେଙ୍କାନାଳ , ଡା . ୨୮.୦୨.୨୦୨୩ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ମୋ ବ୍ଲକ ମୋ ଢେଙ୍କାନାଳ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ , ସମସ୍ତ ବ୍ଲକରେ ସମୀକ୍ଷା କରିଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ , ଅଙ୍ଗନ ୱାଡି କେନ୍ଦ୍ରର ଉନ୍ନତିକରଣ ନିମନ୍ତେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା , ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ବାରା ସମସ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ସୁପରିଚାଳନ , ଦୁର୍ଗମ ଉପାନ୍ତ ଅଂଚଳବାସୀଙ୍କୁ ସହଜରେ ଖାଉଟି ସାମଗ୍ରୀ ଯୋଗାଣ , ଅମୃତ ସରୋବର ଖନନ କାର୍ଯ୍ୟ , ଚିକିତ୍ସାଳୟ ଗୁଡିକର କାର୍ଯ୍ୟକାରିତା ଆଦି ସମ୍ପର୍କରେ ଅବଗତ କରାଇ ମତାମତ ପ୍ରଦାନ କରିଥିଲେ । ଦୁର୍ଗମ ଓ ଉପାନ୍ତ ଅଞ୍ଚଳର ଲୋକଙ୍କ ପାଖରେ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନାର ବ୍ୟାପକ ପ୍ରଚାର କରାଇ ସେମାନଙ୍କୁ ସଚେତନ କରିପାରିଲେ , ସେମାନେ ସମସ୍ତ ଯୋଜନାର ସୁଫଳ ପାଇ ପାରିବେ ଓ ସେମାନଙ୍କର ଜୀବନ ଧାରଣର ମାନରେ ବୃଦ୍ଧି ଘଟିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ବିଧବା ମହିଳା , ଅସହାୟ ବୃଦ୍ଧ / ବୃଦ୍ଧା , ବିକଳାଙ୍ଗ ମାନଙ୍କୁ ଯଥା ଶୀଘ୍ର ଭତ୍ତା ପ୍ରଦ ାନର ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଖରା ଦିନକୁ ଦୃଷ୍ଟିରେ ରଖ୍ ଜଳାଭାବ ଅଞ୍ଚଳରେ ଜଳ ଯୋଗାଣର ବ୍ୟବସ୍ଥାକୁ ନିଶ୍ଚିତ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଅଧ୍ଵକରୁ ଅଧୂକ ଶ୍ରମ ଦିବସ ସୃଷ୍ଟି କରି ଗ୍ରାମାଞ୍ଚଳବାସୀଙ୍କୁ ରୋଜଗାର ଯୋଗାଇ ଦେବାକୁ ସେ ବିଡିଓ ମାନଙ୍କୁ କହିଛନ୍ତି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଜନା ପୁହାଣ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ) , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ( ରାଜସ୍ଵ ) , ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ , ଶ୍ରୀ ସରୋଜ କୁମାର ଦତ୍ତ ( ପ୍ରଶାସନ ) , ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ , କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ସାହୁ , ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ୱାଇଁ , ସମସ୍ତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ , ସମସ୍ତ ବିଡିଓ ଯୋଗ ଦେଇ ଆଲୋଚନା କରିଥିଲେ ।