ତ୍ରିତୋଲ ବିଧାୟକ ବିଜୟ ଶଙ୍କର ଦାସ ଙ୍କୁ ଗିରଫ ଦାବିରେ ମହିଳା କଂଗ୍ରେସ ର ଗଣବିକ୍ଷୋଭ ଓ ଲଜ୍ୟା ଦିବସ ପାଳିତ

( ତ୍ରିତୋଲ ବିଧାୟକ ବିଜୟ ଶଙ୍କର ଦାସ ଙ୍କୁ ଗିରଫ ଦାବିରେ ମହିଳା କଂଗ୍ରେସ ର ଗଣବିକ୍ଷୋଭ ଓ ଲଜ୍ୟା ଦିବସ ପାଳିତ

)
ଜଗତସିଂହପୁର
ତା =28/2/23

ତ୍ରିତୋଲ ବିଧାୟକ ବିଜୟ ଶଙ୍କର ଦାସ ଙ୍କ ପ୍ରେମିକ ସୋନାଲିକା ଦାସଙ୍କ ମଧ୍ୟ୍ୟରେ ଉପୁଜି ଥିବା ବିବାଦ ଦିନକୁଦିନ ଜଟିଳ ରୂପ ନେଉଛି | ବିଧାୟକ ବିଜୟ ଶଙ୍କର ପ୍ରେମିକା ସୋମାଲିକା କୁ ବିବାହ ର ପ୍ରତିଶୃତି ଦେଇ ଗର୍ଭପାତ କରି ପ୍ରତାରଣା କରିବା ସମ୍ପର୍କ ରେ ସୋମାଲିକା ଉଚ୍ଚ ନ୍ୟାୟାଳୟ ରେ ମକଦମା ରୁଜୁ କରିଥିଲା |ଉଚ୍ଚ ନ୍ୟାୟାଳୟ ନିର୍ଦେଶ କ୍ରମେ ସୋମାଲିକା ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲା | ଜଗତସିଂହପୁର ପୋଲିସ ସୋମାଲିକା ବୟାନ ରେକର୍ଡ କରିବା ପରେ ମଧ୍ୟ୍ୟ ବିଧାୟକ ବିଜୟ ଶଙ୍କର ଙ୍କୁ ଗିରଫ କରିନାହିଁ | ଏହାର ପ୍ରତିବାଦରେ ତ୍ରିତୋଲ ନିର୍ବାଚନ ମଣ୍ଡଳୀ ମହିଳା କଂଗ୍ରେସ ରଘୁନାଥପୁର ଠାରେ ଗଣବିକ୍ଷୋଭ ଓ ଲଜ୍ୟା ଦିବସ ପାଳନ କରିଛି |ଏହି ପରିପ୍ରେକ୍ଷୀ ରେ ରଘୁନାଥପୁର ଥାନା ଛକ ଠାରୁ ଏକ ପ୍ରତିବାଦ ଶୋଭାଯାତ୍ରା ବଜ଼ାର ପରିକ୍ରମା କରି ବିଷ୍ଣୁ ଦାସ ଙ୍କ ପ୍ରତିମୂର୍ତ୍ତି ସମୁଖ ରେ ଶତାଧିକ ମହିଳା ବିକ୍ଷୋଭ ପଦର୍ଶନ କରି ବିଧାୟକ ବିଜୟ ଶଙ୍କର ଙ୍କ କୁଶପୁତ୍ତଳିକା ଦାହ କରିଥିଲେ | ମୁଖ୍ୟମନ୍ତ୍ରୀ ତୁରନ୍ତ ବିଧାୟକ ବିଜୟ ଶଙ୍କର ଙ୍କୁ ଗିରଫ ଏବଂ ବିଧାୟକ ପଦବୀରୁ ବହିଷ୍କାର କରିବାକୁ ଦାବି କରିଛନ୍ତି ନଚେତ ମହିଳା କଂଗ୍ରେସ ରାଜ୍ୟବ୍ୟାପି ଆନ୍ଦୋଳନ ଜୋରଦାର କରିବ ବୋଲି ଚେତାବନୀ ଦେଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update